ନୂଆପଡା: ନୂଆପଡ଼ା ଜିଲ୍ଲାର ବିଭିନ୍ନ ମାଓପ୍ରବଣ ଅଞ୍ଚଳରେ ସିଆରପିଏଫ ତରଫରୁ ସିଭିକ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଧରମ ବନ୍ଧା, ସୁନାବେଡ଼ା, ଖଡ଼ୁ ପାଣି , ଜାମ ଗାଁ ଭଳି ବିଭିନ୍ନ ଅଞ୍ଚଳରେ 216 ବାଟାଲିୟାନ ସିଆରପିଏଫ ପକ୍ଷରୁ ମାଓ ଅଞ୍ଚଳରେ ଥିବା ଆଦିବାସୀମାନଙ୍କୁ ଦୈନନ୍ଦିନ ଜୀବନର ବ୍ୟବହାର ହେଉଥିବା ସାମଗ୍ରୀ ବଣ୍ଟନ କରିଥିଲେ ।
ସେହିପରି ଦେଶପ୍ରେମ ଭାବନା ଜାଗୃତ କରିବା ପାଇଁ ମାଓ ଅଞ୍ଚଳରେ ଦେଶାତ୍ମକ ସିନେମା ଦେଖାଇଥିଲେ । ଆଦିବାସୀମାନଙ୍କ ସହିତ ସୁସମ୍ପର୍କ ପାଇଁ କମ୍ବଳ, କ୍ରିକେଟ କିଟ୍ ଭଳି ସାମଗ୍ରୀ ବଣ୍ଟନ କରିଥିଲେ CRPF ଯବାନ । ଆଗକୁ ମଧ୍ୟ ଏହିପରି କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି CRPF କମାଣ୍ଡଡେଣ୍ଟ ଏରିକ ଗିଲବର୍ଟ ଯୋସ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।