ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛାନଭିନ୍ କରୁଛି ଭିଜିଲାନ୍ସ ଟିମ୍ । ପୂର୍ବରୁ ଥରେ ଭିଜିଲାନ୍ସ ଜାଲରେ ମଧ୍ୟ ପଡିଥିଲେ ଅନାଦି ଚରଣ ସେଠୀ । ରେଡରେ ସାମିଲ ଅଛନ୍ତି ୪ ଡିଏସପି ଏବଂ ୮ଜଣ ଇନିସପେକ୍ଟର ।
ଭିଜିଲାନ୍ସ ପଞ୍ଝାରେ ଖାଦ୍ୟ ଓ ଯୋଗାଣ ବିଭାଗର CSO
ବ୍ରହ୍ମପୁର: ଭିଜିଲାନ୍ସ ପଞ୍ଝାରେ ଖାଦ୍ୟ ଓ ଯୋଗାଣ ବିଭାଗର ସିଏସ୍ଓ । ଖାଦ୍ୟ ଓ ଯୋଗାଣ ବିଭାଗ ରାଜ୍ୟ ମୁଖ୍ୟଳୟର ସିଏସଓ ଅନାଦି ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ବ୍ରହ୍ମପୁର ଭିଜିଲାନ୍ସ ଟିମ ର 5 ଟି ସ୍ଥାନରେ ଚଢାଉ ହୋଇଛି । ବ୍ରହ୍ମପୁର, ବାଲେଶ୍ୱର, ଭୁବନେଶ୍ୱର ଓ ଛତ୍ରପୁରର ଦୁଇଟି ସ୍ଥାନରେ ଚଢାଉ ଜାରି ରହିଛି । ଛତ୍ରପୁର ସ୍ଥିତ ରାମନଗର ପ୍ରଥମ ଲାଇନ ବାସଭବନ ଓ ଭଡା ଦେଇଥିବା ଦୋକାନ ଘରେ ମଧ୍ୟ୍ୟ ଚଢ଼ାଉ ହୋଇଛି ।
ରଥଟଣାର ଡେମୋ ଦେଖାଇଲେ ପୋଲିସ ବାହିନୀ
ପୁରୀ: ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ଶୃଙ୍ଖଳିତ ରଥଯାତ୍ରା କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମକଡ୍ରିଲ କରାଯାଉଛି । ରଥଟଣା କାର୍ଯ୍ୟ କିଭଳି ସୂଚାରୁରୂପେ ସମ୍ପାଦନ ହୋଇପାରିବ ତାହାର ଡେମୋ କରାଯାଉଛି । ରଥ ପୁଲିଂରେ ଯେଭଳି ଅସୁବିଧା ନହୁଏ ସେଥିପାଇଁ ପ୍ରଥମେ ତାଳଧ୍ଵଜ ରଥ, ଦ୍ବିତୀୟରେ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋ
Download Argus News App
