ଉପରିସ୍ଥ ଅଫିସରଙ୍କ ଚାପରେ ସଂସ୍କୃତି ବିଭାଗ ଡେସ୍କ ଅଫିସର ସନ୍ତୋଷ କୁମାର ଦଳବେହେରା ନିଖୋଜ କିମ୍ବା ଅପହରଣ ହୋଇଥିବା ଅଭିଯୋଗ କରିଛନ୍ତି ପତ୍ନୀ ମଞ୍ଜୁଲତା ନାୟକ । ଥାନାରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ।
ଉପରିସ୍ଥ ଅଧିକାରୀଙ୍କ/ଡେପୁଟି ସେକ୍ରେଟାରୀଙ୍କ ଅତ୍ୟଧିକ କାମ ଚାପରେ ସନ୍ତୋଷ କୌଣସି ପଦକ୍ଷେପ ନେଇଥିବା କିମ୍ବା ତାଙ୍କୁ କେହି ଅପହରଣ କରିନେଇଥିବା ଅଭିଯୋଗ କଲେ ପରିବାର ଲୋକେ ଓ ସମ୍ପର୍କୀୟ । ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବଙ୍କୁ ଅପିଲ କଲେ ନିଖୋଜ ସନ୍ତୋଷଙ୍କ ପତ୍ନୀ ମଞ୍ଜୁଲତା ।