ମୁଖ୍ୟମନ୍ତ୍ରୀ ଯାହା ନିଷ୍ଟତ୍ତି ନେବେ ଆମେ ସମ୍ମାନ ଜଣାଇବୁ !
ବର୍ଷା ବଢାଇଲାଣି ଶୀତ, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ଭୁବନେଶ୍ୱର: ରାଜ୍ୟରେ ଦୁଇ ଦିନ ଧରି ବର୍ଷା ଲାଗିରହିଛି । ଶୀତ ସାଙ୍ଗକୁ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରିଦେୁଛି । ରାଜ୍ୟରେ ବର୍ଷା ବଢାଇଲାଣି ଶୀତ ଆଶଙ୍କା । ସକାଳୁ ସଂଧ୍ୟା ଯାଏଁ ଥରୁଛି ସାରା ଓଡିଶା । କୋହଲା ପାଗ କେଉଁଠି କାଳ ହୋଇଛି ତ କେଉଁଠି ହଠାତ୍ ତାପମାତ୍ରା ଖସିବା ଲୋକଙ୍କ ଦୁଃଖକୁ ବଢାଇ ଦେଇଛି ।
ଏହା ମଧ୍ୟରେ ଆସନ୍ତା ୫ ଦିନ ପାଇଁ ପାଣିପାଗର ସଂଭାବ୍ୟ ସୂଚନା ଜାରିକରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ସୂଚନା ଅନୁସାରେ ରାଜ୍ୟର ୧୩ ଜିଲ୍ଲା ଅର୍ଥାତ୍ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ଭଦ୍ରକ, ବାଲଶ୍ୱର, ଯାଜପୁର , କୋରାପୁଟ, କଟକ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ ଓ ସୁନ୍ଦରଗଡ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ଏହି ସମସ୍ତ ଜିଲ୍ଲାରେ ଘଡଘଡି ବିଜୁଳି ସହିତ ହାଲୁକା ବର୍ଷା ହୋଇପାରେ ।
Download Argus News App
