ଅନ୍ୟପଟେ ଗତ ୨୪ ଘଣ୍ଟାରେ ୫୩ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 32 ଜଣ ଚିହ୍ନଟ ହୋଇଛନ୍ତି । କ୍ୱାରେନଣ୍ଟାଇନ୍ରୁ ୩୩, ସ୍ଥାନୀୟ ସଂକ୍ରମିତ ୨୦ ଜଣ ରହିଛନ୍ତି । ଏହା ଦେଢ଼ ମାସରେ ସର୍ବାଧିକ ଦୈନିକ ସଂକ୍ରମଣ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୫ଜଣ ସଂକ୍ରମିତ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୪ଜଣ, ଜଗତସିଂହପୁର ଜିଲ୍ଲାରୁ ୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ଜଣେ, , ପୁରୀ ଜିଲ୍ଲାରୁ ୩ଜଣ, ସମ୍ବଲପୁର ଜିଲ୍ଲାରୁ ୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ, ଷ୍ଟେଟ ପୁଲ୍ରୁ ୭ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ଭୁବନେଶ୍ୱର: ରାଜ୍ୟରେ କୋଭିଡ଼ ସଂକ୍ରମଣ ଲଗାତାର ଉପର ମୁହାଁ ହେଉଥିବା ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ଆଜିଠୁ ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ ଆରମ୍ଭ ହୋଇଛି । କୋଭିଡ ସଂକ୍ରମଣ ସହ ଟିଭି, ଫାଇଲେରିଆ, ମ୍ୟାଲେରିଆ, ଡ଼ାଇରିଆ ,ଡେଙ୍ଗୁ ଭଳି ରୋଗ ଚିହ୍ନଟ ପାଇଁ ଡୋର ଟୁ ଡୋର ସର୍ଭିଲାନ୍ସ କରାଯାଉଛି । ପୂର୍ବ 15 ଦିନରେ ରାଜ୍ୟରେ ସଂକ୍ରମଣ ସିଙ୍ଗଲ ଡିଜିଜରେ ରହୁଥିଲା । ଏବେ ତାହା ବଢିବା ଆରମ୍ଭ କରିଛି । କିନ୍ତୁ ତାହା ଏତେ ଅଧିକ ନୁହେଁ । ହସ୍ପିଟାଲାଇଜେସନ ବଢି ନାହିଁ । ତଥାପି ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ କରି କେଉଁଠି ଅଧିକ ସଂକ୍ରମଣ ବଢୁଛି ତାହାର ତଥ୍ୟକୁ ଅନୁଧ୍ୟାନ କରିବୁ । ଏହାବାଦ ଲୋକମାନଙ୍କୁ ଅପିଲ କରୁଛୁ ସମସ୍ତେ ଟିକା ନିଅନ୍ତୁ । ବର୍ତ୍ତମାନ ରାଜ୍ୟରେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସବୁ ଓମିକ୍ରନ ଭ୍ୟାରିୟାଣ୍ଟର ବୋଲି କହିଛନ୍ତି।

