2021-22ର ଯୁକ୍ତ 2 କଟ୍ ଅଫ୍ ମାର୍କ ଅନୁସାରେ ରେଭେନ୍ସା ଜୁନିୟର କଲେଜ କଳାର କଟ୍ ଅଫ୍ ମାର୍କ 90 ପ୍ରତିଶତ ରହିଥିବାବେଳେ ଏହା ପଛକୁ ଶୈଳବାଳା କଲେଜ 72.67 ପ୍ରତିଶତ ରଖିଥିଲା । ସେହିପରି ଜେକେବିକେରେ 71.33 ପ୍ରତିଶତ କଟ୍ ଅଫ୍ ମାର୍କ ରହିଥିବାବେଳେ ଖ୍ରୀଷ୍ଟ କଲେଜ 60.50 ପ୍ରତିଶତ, ଇନ୍ଦିରାଗାନ୍ଧୀ ମହିଳା କଲେଜର 53.17 ପ୍ରତିଶତ, ନେତାଜୀ ସିଟି କଲେଜରେ 52.50 ପ୍ରତିଶତ, ଚୌଦ୍ୱାର କଲେଜରେ 33 ପ୍ରତିଶତ, ବିରେନମିତ୍ର ଓ ଇମର୍ତ୍ତୀଦେବୀ କଲେଜରେ 33 ପ୍ରତିଶତ ରହିଥିଲା ।
ସେହିପରି ବିଜ୍ଞାନରେ ରେଭେନ୍ସା 90 ପ୍ରତିଶତ ରହିଥିବାବେଳେ ଜେକେ ବିକେ 83.50 ପ୍ରତିଶତ, ଶୈଳବାଳା 80.67 ପ୍ରତିଶତ, ଚୌଦ୍ୱାର 73.50 ପ୍ରତିଶତ, ଷ୍ଟୁୱାର୍ଟ 70.83 ପ୍ରତିଶତ, ଇମର୍ତ୍ତୀଦେବୀ 56.17 ପ୍ରତିଶତ, ଇନ୍ଦିରାଗାନ୍ଧୀ 42.17 ପ୍ରତିଶତ, ନେତାଜୀ ସିଟି 38 ପ୍ରତିଶତ, ଖ୍ରୀଷ୍ଟ ଓ ବିରେନମିତ୍ର 33 ପ୍ରତିଶତ ରହିଥିଲା ।
ବାଣିଜ୍ୟରେ ରେଭେନ୍ସା 80 ପ୍ରତିଶତ କଟ୍ ଅଫ୍ ମାର୍କ ରହିଥିବା ବେଳେ ଶୈଳବାଳା 75.50 ପ୍ରତିଶତ, ଜେକେବିକେ 72.69 ପ୍ରତିଶତ, ଖ୍ରୀଷ୍ଟ ଓ ଇମର୍ତ୍ତୀଦେବୀ 42.20 ପ୍ରତିଶତ, ଚୌଦ୍ୱାର 40 ପ୍ରତିଶତ ଏବଂ ନେତାଜୀ ସିଟି ଓ ଇନ୍ଦିରାଗାନ୍ଧି 33 ପ୍ରତିଶତ କଟ୍ ଅଫ୍ ମାର୍କ ରହିଥିଲା ।
ଚଳିତ ବର୍ଷ ଯୁକ୍ତ 2 ନାମଲେଖା ଅଗଷ୍ଟ 19ରୁ ଆରମ୍ଭ ହୋଇ ସେପ୍ଟେମ୍ବର 15 ତାରିଖ ସୁଦ୍ଧା ସ୍ପଟ୍ ନାମ ଲେଖାରେ ଶେଷ ହେବ । ଏବେ ନାମକରଣ ପାଇଁ ପଞ୍ଜିକରଣ ଚାଲୁ ରହିଛି । ତେବେ 2020-21 ଏବଂ 2021-22 ଶିକ୍ଷାବର୍ଷରେ ଦେଖାଯାଏ, ପ୍ରତିବର୍ଷ କଟ୍ ଅଫ୍ ମାର୍କ 2 ପ୍ରତିଶତ ଲେଖାଏଁ ହ୍ରାସ ପାଇଥାଏ । ତେବେ ଚଳିତ ବର୍ଷ ପ୍ରତିବର୍ଷ ଭଳି କଲେଜଗୁଡିକ କଟ୍ ଅଫ୍ ମାର୍କ ହ୍ରାସ କରୁଛନ୍ତି ନା ବଢାଉଛନ୍ତି, ତାହା 17 ତାରିଖରେ ଜଣାପଡିବ ।
ଶିକ୍ଷା ଓ ନିଯୁକ୍ତି ଖବର ଆହୁରି ପଢନ୍ତୁ ।