କଟକ ଜିଲ୍ଲା ସାଲେପୁର ମାଛୁଆତି ଠାରେ ଏଭଳି ଘଟଣା ଘଟିଛି । ସ୍ବାମୀ ସୁସେନ ମହାରଣାଙ୍କ ଘର ଗେଟ ଆଗରେ ଧାରଣାରେ ବସିଥିବା ତାଙ୍କ ସ୍ତ୍ରୀ ସସ୍ମିତା ମହାରଣା ନଖାଇ ନପିଇ ବାହାରେ ବସି ରହିଥିବାରୁ ତାଙ୍କ ଦେହ ଖରାପ ହେବା ସହ ସଂଜ୍ଞାହୀନ ହୋଇ ପଡ଼ିଥିଲେ । ଫଳରେ ସେ ମେଡିକାଲରେ ଚିକିତ୍ସିତ ହୋଇ ଫେରିଛନ୍ତି । ନ୍ୟାୟ ନ ମିଳିବାରୁ ଗତକାଲି ସନ୍ଧ୍ୟାରେ ନିଜ ଦେହରେ ନିଜେ କିରୋସିନି ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ସସ୍ମିତାଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲକୁ ପଠାଇଥିଲେ ।
ତାଲା ଭାଙ୍ଗି ଘର ଭିତକୁ ପ୍ରବେଶ କଲେ ବୋହୂ

ଅର୍ଗସ ବ୍ୟୁରୋ : ଶେଷରେ ନ୍ୟାୟ ପାଇଁ ଧାରଣାରତା ବୋହୂ ସସ୍ମିତା ଶଶୁର ଘର ତାଲା ଭାଙ୍ଗି ଘର ଭିତକୁ ପ୍ରବେଶ କଲେ । ଦିର୍ଘ ୯ ଦିନ ନିଜର ହକ୍ ପାଇଁ ନ୍ୟାୟ ପାଇବା ଆଶାରେ ନିଜ ଶ୍ଵଶୁର ଘର ଆଗରେ ଧାରଣାରେ ବସିବା ପରେ ତାଲା ଭାଙ୍ଗି ଘରେ ପସିଛନ୍ତି ସସ୍ମିତା । ଯେହେତୁ ଏତେଦିନ ନ୍ୟାୟର ସଂଘର୍ଷ ପରେ କୌଣସି ନିଷ୍କର୍ଷ ବାହାରୁ ନାହିଁ । ବୋହୂର ଧାରଣା ସ୍ଥଳକୁ ଶଶୁର କିମ୍ବା ସ୍ବାମୀ ଆସୁ ନାହାନ୍ତି କି କୈାଣସି ସମସ୍ୟା ସମାଧାନ ହେଉନାହିଁ । ତେଣୁ ପ୍ରଥମେ ଗେଟର ତାଲା ଭାଙ୍ଗି ପରେ ଘରର ତାଲା ଭାଙ୍ଗିଲେ ସସ୍ମିତା ।
Download Argus News App
