ଗୋଟିଏ ପରେ ଗୋଟିଏ ସମ୍ବଲପୁରୀ ହିଟ୍ ଗୀତରେ ମୁଗ୍ଧ ହୋଇଥିଲେ ଦର୍ଶକ । ଗୋଟିଏ ପଟେ ମେଳା ବୁଲା, ଅନ୍ୟପଟେ ମଞ୍ଚର ସଂସ୍କୃତିକ କାର୍ଯ୍ୟକ୍ରମ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ଦର୍ଶକଙ୍କୁ । ଯିଏ ଥରେ ଆସିଲା ବାଲିଯାତ୍ରାର ମୋହରେ ପଡିଲା । ମଣ୍ଟୁ ଛୁରିଆ ଏବଂ ପୁରା ଟିମ୍ର ଧମକାଦାର ସଙ୍ଗୀତର ତାଳେ ତାଳେ କେବଳ ଯେ ସାଧାରଣ ଦର୍ଶକ ଝୁମିଥିଲେ ତାହା ନୁହେଁ, ବରଂ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ବରିଷ୍ଠ ଅଧିକାରୀ ମାନେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇଥିଲେ ।
ଚଳିତ ବର୍ଷର ବାଲିଯାତ୍ରା ବେଶ ଆକର୍ଷଣୀୟ ଢଙ୍ଗରେ ଆୟୋଜିତ ହୋଇଥିବା ବେଳେ, ସମସ୍ତଙ୍କ ପାଇଁ ନୂଆ ଅନୁଭୂତି ଆଣିଥିଲା । ଆଜି ଶେଷ ହେଉଛି କଟକର ଐତିହାସିକ ବାଲିଯାତ୍ରା । ଆଉ ପୁଣି ଅପେକ୍ଷା ଆସନ୍ତା ବର୍ଷକୁ ।