କେବଳ ଏତିକି ନୁହେଁ ଜଳ କ୍ରୀଡ଼ା କରିବାକୁ ଇଚ୍ଛୁକ ଥିବା ଲୋକଙ୍କ ପାଇଁ ଜୀବନ ବୀମା କରିବା ସହ ଲାଇଫ ଗାର୍ଡ ମଧ୍ୟ ସେମାନଙ୍କ ପାଇଁ ଉପସ୍ଥିତ ରହିବେ । ଏହି ଜଳକ୍ରୀଡାରେ ଜେଟ କୀଟ୍ସ, ୱାଟର ସ୍କୁଟର, ସ୍ପିଡ ବୋଟ, କାୟକିଙ୍ଗ, ସ୍କୁବା ଡ଼ାଇଭିଂ ଆଦି ରହିବ । ତେବେ ଜଳକ୍ରୀଡା ସମୟରେ ହଠାତ୍ କେହି ପାଣିରେ ବୁଡ଼ିଲେ ସେମାନଙ୍କୁ ସୁରକ୍ଷିତ କିପରି ଉଦ୍ଧାର କରାଯିବ ସେ ନେଇ ବିଭିନ୍ନ ୱାଟର ସ୍ପୋର୍ଟସ କ୍ଳବ୍ ଅଭିଜ୍ଞ ଲାଇଫ ଗାର୍ଡଙ୍କୁ ନିଯୁକ୍ତ କରିଛନ୍ତି ।
ସେପଟେ ଘରେ ପସୁ ପସୁ ମୁଣ୍ଡରେ ବାଜିଲାଣି ଚାଳ । ସିଲଭର ସିଟି ବୋଟ କ୍ଳବକୁ ପ୍ରବେଶ କରିବାକୁ ଥିବା ମୁଖ୍ୟ ରାସ୍ତା ରିଂରୋଡରୁ ସିଲଭର ସିଟି ବୋଟ କ୍ଳବ ଯାଏଁ ରହିଛି । ହେଲେ ଏହି ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟି ଯାଇଛି । ଲୋକେ ଏଠି ପ୍ରବେଶ କରିବେ କଣ ଦୂରରୁ ଦେଖି ଦୂରେଇ ଯାଉଛନ୍ତି । ଯଦିଓ ଆସୁଛନ୍ତି ହେଲେ ଆସିଲେ ଦୁର୍ଘଟଣାର ଶୀକାର ହୁଅନ୍ତି । କେବଳ ଏତିକି ନୁହେଁ ଏଠି ରାସ୍ତାରେ ଷ୍ଟ୍ରିଟ ଲାଇଟ ମଧ୍ୟ ନାହିଁ । ରାତି ହେଲା ମାତ୍ରେ ଏହି ରାସ୍ତା ସମ୍ପୂର୍ଣ୍ଣ ଅନ୍ଧାର ହୋଇ ପଡୁଛି । ତେବେ ଏଇ କେଇଟା ମାସ ପରେ ବାଲିଯାତ୍ରା ହେବାକୁ ଥିବା ବର୍ତ୍ତମାନ ରାସ୍ତାର ଏପରି ଅବସ୍ଥାକୁ ଦେଖି ବଢ଼ିଲାଣି ଚିନ୍ତା । ଅନ୍ୟପଟେ ରାସ୍ତା କାମ ଖୁବଶୀଘ୍ର କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।