ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏହାସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।
କଟକ ବାଙ୍କି ଉପଖଣ୍ଡ ସଟଡାଉନ
କଟକ: କଟକ ବାଙ୍କି ଉପଖଣ୍ଡ ସଟଡାଉନ । ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସହରାଞ୍ଚଳକୁ ୨ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଏହି ଅଞ୍ଚଳରୁ ପ୍ରାୟ ୫୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏପରିକି କରୋନାରେ ୨ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଫଳରେ ବାଙ୍କି ଏନଏସିରେ ସରକାରଙ୍କ ପକ୍ଷରୁ କଟକଣା କଡାକଡି କରାଯାଇଛି । ପୋଲିସ ପକ୍ଷରୁ ପାଟ୍ରୋଲିଂ ଜୋରଦାର କରାଯାଉଛି । ତେବେ ଜରୁରୀ ସେବାକୁ ବାଦ ଦିଆଯାଇଛି ।
Download Argus News App
