ଅର୍ଗସ ବ୍ୟୁରୋ: ଗୋଆର ଗ୍ରାଣ୍ଡ ଗିଗି ହୋଟେଲରେ ‘ଆଇସିଏନ’ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା । ଗତ ଡିସେମ୍ବର 1 ଓ 2 ତାରଖରେ ଦୁଇ ଦିନ ଧରି ଏହି ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ତେବେ ଏଥିରେ କଟକ ମଙ୍ଗଳବାଗସ୍ଥିତ ଥୋରିଆ ସାହିର ଧନଞ୍ଜୟ ସାହୁ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବଲିଉଡର ଆନ୍ନା ତଥା ସୁପରଷ୍ଟାର ସୁନୀଲ ସେଟ୍ଟୀ ଯୋଗଦେଇଥିଲେ । ସେହିଭଳି ଦିବ୍ୟାଙ୍ଗ ସୁନ୍ଦର ସ୍ୱାସ୍ଥ୍ୟର ଆନନ୍ଦ ଆରନୋଲଡ ମଧ୍ୟ ଯୋଗଦେଇ ଥିଲେ ।
ଏହି ପ୍ରତିଯୋଗିତାରେ ଜାତୀୟ ସ୍ତରରୁ ପ୍ରାୟ 500 ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ଏହି ପ୍ରତିଯୋଗୀତାରେ ଧନଞ୍ଜୟ ଦ୍ୱିତୀୟ ସ୍ଥାନ ପାଇ ପୁରସ୍କୃତ ହୋଇଛନ୍ତି । ତେବେ ଧନଞ୍ଜୟ ବିଗତ 5 ବର୍ଷ ହେବ ଫିଟ୍ନେସ୍ ଉପରେ କାମ କରୁଥିଲେ । ନିଜର କଠିନ ପରିଶ୍ରମ ପାଇଁ ସେ ଆଜି ଏହି ପୁରସ୍କାର ପାଇଛନ୍ତି ବୋଲି କହିଛନ୍ତି । ଆଗାମୀ ଯୁବପିଢୀ ତଥା ସମସ୍ତଙ୍କୁ ଫିଟ୍ ରହିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ଧନଞ୍ଜୟ ।
ଅର୍ଗସ ବ୍ୟୁରୋ: କେମିତି କଟିବ ଆଜି ଆପଣଙ୍କ ଦିନ। ପଢ଼ନ୍ତୁ ଆପଣଙ୍କ ରାଶିଫଳ କଣ କହୁଛି।
ମେଷ-
ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ । ଘର ପାଇଁ ଜରୁରୀ ଜିନିଷ କ୍ରୟ କରିବେ । କର୍ମ କ୍ଷେତ୍ରରେ ସଫଳତା ପାଇଁ କାହାଠାରୁ ପରାମର୍ଶ ମିଳିବ । କ୍ଷମତା ଶାଳୀ ହେବାର ସୁଯୋଗ ଆସିବ । ବୈବାହିକ ଜୀବନରେ ମଧୁରତା ଆସିପାରେ । ଆପଣଙ୍କ କାମରେ ଅନ୍ୟ ମାନଙ୍କୁ ଖୁସି କରିପାରିବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ଚାଳିଶା ପାଠ କରନ୍ତୁ
ବୃଷ-
ବଡ ବ୍ୟବସାୟ ଦଳରେ ସାମିଲ ହେବା ପାଇଁ ପ୍ରସ୍ତାବ ପାଇବେ । କୌଣସି କାର୍ୟ୍ୟରେ ମଧ୍ୟସ୍ତି କରନ୍ତୁ ନାହିଁ । ମହିଳା ମିତ୍ରଙ୍କ ସାହାର୍ୟ୍ୟ ମିଳିବ ।ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ମିଳିବ ତେଣୁ ନିଷ୍ଠାପର ଭାବରେ ପ୍ରୟାସ ଜାରି ରଖିବେ । ଜୀବନ ସାଥିଙ୍କ ସଫଳତା ଓ ବ୍ୟବହାରରେ ମନ ପ୍ରସନ୍ନ ରହିବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ଦାମ୍ପତ୍ୟ ଜୀବନରେ ସୈାହାର୍ଦ୍ଦ୍ୟ ବଢିପାରେ । ନିର୍ମାଣ କାର୍ୟ୍ୟରେ ଆଗେଇବେ, ଆଶା ବଢି ବଢି ଚାଲିବ । ରାଜନୈତିକ କ୍ଷେତ୍ରରେ ସମ୍ମାନ ଓ ସହଯୋଗ ମିଳିବ । ଗାଡି, ମଟର ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ନ ହେଲେ ଅସୁବିଧାରେ ପଡିପାରନ୍ତି । ଖର୍ଚ୍ଚ ଉପରେ ଟିକେ ଧ୍ୟାନ ଦିଅନ୍ତୁ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ବ୍ୟବସାୟ ବିଷୟରେ ଭଲ କଥା କହିବେ । ପାରିବାରିକ ଜୀବନ ଆମୋଦ ଦାୟକ ହେବ । ଭାଗ୍ୟ ଉଦ୍ୟୋଗି ହେବା ସହିତ, ବାଣିଜ୍ୟରେ ଲାଭ ମିଳିବ । ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକୁ ହାତକୁ ନେବେ । କିଛି ଜିନିଷ ଦ୍ୱାରା ଆପଣ ଆଘାତ ପାଇ ପାରନ୍ତି । ବାହ୍ୟ ଶତୃଙ୍କ ଠାରୁ ଦୂରରେ ରହିଲେ ଭଲ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ସିଂହ-
କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ ସଫଳତା ମିଳିବ । ଛାତ୍ରଛାତ୍ରି ମାନେ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ଲାଭ କରିବେ । ଅନ୍ଲାଇନ ବ୍ୟବସାୟ କରିବାକୁ ଭାବିବେ । ଶିକ୍ଷାର୍ଥୀ ମାନେ ଆତ୍ମ ନିର୍ଭରଶୀଳ ରହିବେ । ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗିଙ୍କ ଯନ୍ତ୍ର ମହାକବଚ ଧାରଣ କରନ୍ତୁ
କନ୍ୟା-
ପ୍ରିୟତମଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ହେବ । ଆୟ ଅନୁଯାୟୀ ହାତ ଖୋଲା ଖର୍ଚ୍ଚ କରିବେ । ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ଓ ପ୍ରଂଶସା ମିଳିବ । ଆପଣଙ୍କ କଥାକୁ ଲୋକେ ଗମ୍ଭୀରତାର ସହ ଶୁଣିବେ । ସକାରତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ । ଖେଳକୁଦରେ ମନ ଦେବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଶ୍ରୀ ବିଷ୍ଣଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ତୁଳା-
ପ୍ରେମ ଜୀବନ ମଧୁର ମୟ ରହିବ । ବ୍ୟବସାୟରେ ନୂଆ ପ୍ରସ୍ତାବ ଉପରେ ବିଚାର କରିବେ । ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦଢୃ କରିବେ । ଆବଶ୍ୟକିୟ ଜିନିଷ ପାଇଁ ଅତ୍ୟଧିକ ବ୍ୟୟ କରିବାକୁ ପଡିପାରେ । ମାନ ମର୍ୟ୍ୟଦାରେ ଅଭିବୃଦ୍ଧି ଘଟିବ । ସୂର୍ଣ୍ଣଳଙ୍କାର କିଣି ଖୁସି ଅନୁଭବ କରିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଦେବଙ୍କ ଦର୍ଶନ ସହିତ ମନ୍ତ୍ର ଜପ କରନ୍ତୁ
ବିଛା-
ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକୁ ହାତକୁ ନେବେ । ହଜିଥିବା ଜିନିଷର ସନ୍ଧାନ ପାଇ ପୁରାଦିନ ଖୁସି ରହିବେ । ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ । ଛାତ୍ରଛାତ୍ରୀ ମାନେ ଅଧିକ ପରିଶ୍ରମ କରିଲେ ମଧ୍ୟ , ମଧ୍ୟମ ଧରଣର ଫଳ ପାଇବେ । ବିରୋଧୀ ମାନଙ୍କ ସହ ଦୃଢ ମୁକାବିଲା କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର –ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ଧନୁ-
ବାପା, ମାଙ୍କ ଆର୍ଶୀବାଦ ଲକ୍ଷ୍ୟ ସ୍ଥଳରେ ପହଞିବାରେ ସାହାର୍ୟ୍ୟ କରିବ । କବିଙ୍କର କୈାଣସି କବିତାରେ ପ୍ରଂଶସା ହୋଇପାରେ । ଚାକିରିରେ ଦୂର ଯାତ୍ରାର ସମ୍ଭାବନା ରହିଛି । ଆର୍ଥୀକ ସମସ୍ୟା କିଛି ମାତ୍ରାରେ ଲାଘବ ହେବ । ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ମକର-
କୈାଣସି ସହପାଠୀ ଆପଣଙ୍କର ସାହାର୍ୟ୍ୟ ଆଶା କରିପାରନ୍ତି । ବ୍ୟବସାୟରେ ଲାଭବାନ୍ ହେବେ । କର୍ମ କରିବା ଶୈଳୀରେ ପରିବର୍ତନ ଆଣିବେ ଓ କର୍ମ ପାଇଁ ସମ୍ମାନିତ ହେବେ ।
ସାମାଜିକ କାର୍ୟ୍ୟରେ ଅଂଶଗ୍ରହଣ କରିବେ । ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଋଣ ସୂତ୍ରରେ ଅର୍ଥ ପାଇ ପାରନ୍ତି । ହଠାତ୍ ସନ୍ତାନଙ୍କ ପାଇଁ ଚିନ୍ତା କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ-
ଆପଣଙ୍କ ସ୍ୱଭାବ ଟିକେ କୋମଳ କରନ୍ତୁ । ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ଛାତ୍ର ଛାତ୍ରୀ ମାନେ ମାନସିକ ସ୍ତରରେ ଖୁସି ରହିବେ । ବହୁ ଦିନର ମନସ୍କାମନା ପୂରଣ ହେବ । ବ୍ୟସ୍ତତା ଭିତରେ ସମୟ ବିତାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣ କାଳିଙ୍କ ମହାକବଚ ଧାରଣ କରନ୍ତୁ
ମୀନ-
ଅର୍ଥ ସମ୍ମାନର ଅଭାବ ରହିବ ନାହିଁ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ନୂତନ ବନ୍ଧତ୍ୱ ସୃଷ୍ଟି ହୋଇପାରେ । ବନ୍ଧୁତ୍ୱ ସମ୍ପର୍କରେ କିଛି ଉନ୍ନତି ଆସିବ ଏବଂ ତାଙ୍କ ସହିତ ମିଶି କଛି ନୂଆ ଯୋଜନା କରିବେ । ଘର ପାଇଁ ନୂଆ ଆସବାବ କ୍ରୟ କରିବେ । କୋର୍ଟ,କଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଅଧିକ ପଢ଼ନ୍ତୁ ରାଶିଫଳ ଖବର:
ଅର୍ଗସ ବ୍ୟୁରୋ: ପରଲୋକରେ ବଲିଉଡ ଅଭିନେତା ଜୁନିଅର ମେହମୁଦ। ହିନ୍ଦୀ ସିନେମା ଜଗତରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦୁନିଆକୁ ଅଲବିଦା କହିଛନ୍ତି ଜୁନିଅର ମେହମୁଦ । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୬୭ ବର୍ଷ ବୟସ ହୋଇଥିଲା। ୭୦-୮୦ ଦଶକର ତାଙ୍କ ଅଭିନୟର ଯାଦୁ ଦେଖାଇଥିବା ଜୁନିଅର ମେହମୁଦ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସମୟ ଅତିବାହିତ କରିଛନ୍ତି। ଅଭିନେତାଙ୍କ ଜୁନିଅର ମେହମୁଦ ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତାଙ୍କ ଦେହାନ୍ତ ଖବରକୁ ତାଙ୍କ ଘନିଷ୍ଠ ବନ୍ଧୁ ସଲିମ କାଜୀଙ୍କ ଦ୍ୱାରା ନିଶ୍ଚିତ ହୋଇଛି। ତାଙ୍କ ମୃତ୍ୟୁ ପରେ ପୁରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଦୁଃଖର ଛାଇ ଖେଳିଯାଇଛି। ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡିତ ଥିଲେ।
`କାରବାଁ', 'ହାଥୀ ମେରେ ସାଥି' ଏବଂ 'ମେରା ନାମ ଜୋକର' ଭଳି ଚଳଚ୍ଚିତ୍ରରେ ନିଜର ଦକ୍ଷ ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କ ପାଖରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅର୍ଗସ ବ୍ୟୁରୋ: ପର୍ଯ୍ୟଟନରେ ରେକର୍ଡ କଲା କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର । ଚଳିତ ବର୍ଷ ୧୧ ମାସ ମଧ୍ୟରେ ଆସିଛନ୍ତି ୨ କୋଟି ପର୍ଯ୍ୟଟକ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜୀ କିଷାନ ରେଡ୍ଡି । ଉତ୍ତର-ପୂର୍ବ ସମେତ ଦେଶର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଯାହାର ପ୍ରଭାବ ଏବେ ଦେଖିବାକୁ ମିଳୁଛି । ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତି ଶିକ୍ଷାନୁଷ୍ଠାନରେ “ଯୁବ ପର୍ଯ୍ୟଟନ କ୍ଲବ” ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛନ୍ତି ।
ଏହି କ୍ରମରେ ବର୍ତ୍ତମାନ ସୁଦ୍ଧା ୩୫ ହଜାର କ୍ଲବ ପ୍ରତିଷ୍ଠା ହୋଇଥିବା ସେ କହିଛନ୍ତି । ପୂର୍ବରୁ ଉତ୍ତର-ପୂର୍ବରେ ରେଳ, ସଡ଼କ ଓ ବିମାନ ସଂଯୋଗ ପର୍ଯ୍ୟାପ୍ତ ନଥିଲା । କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାର ଏହି ଅଞ୍ଚଳର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦେଉଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଛି । ଉତ୍ତର-ପୂର୍ବରେ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ୯ ବର୍ଷରେ ୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜୀ କିଷାନ ରେଡ୍ଡି ।
ଅଧିକ ପଢ଼ନ୍ତୁ ଦେଶ ଖବର: