ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ ପରବର୍ତ୍ତୀ କାଳରେ କନିକା ରାଜାଙ୍କ କର୍ତ୍ତୃତ୍ୱରେ ଏହି ସ୍ଥାନ ରହିଯାଇଥିଲା । କିଛି ଦିନ ପରେ ଶେଖ ବଜାର ଅଞ୍ଚଳର ଗୋପାଳ ପରିବାର ବାରବାଟୀ ଦୁର୍ଗର ଏକ ପଥର ଗଦା ଉପରେ ବସିଥିଲେ । ଯାହାକି ଥରିବାକୁ ଲାଗିଲା । ତେବେ ସେହି ରାତିରେ ସ୍ୱୟଂ ଚଣ୍ଡୀ ତାଙ୍କ ସ୍ଵପ୍ନରେ ଆସିଲେ । ଏ ଜାଗାଟି ବଣ ଜଙ୍ଗଲ ହୋଇ ରହିଥିଲା । ଜଣେ ବିଧବା ମହିଳା ଏହାର ଯତ୍ନ ନେଉଥିଲେ । ସେହିଦିନ ଠାରୁ କନିକା ରାଜା ସେଠି ମା'ଙ୍କ ମନ୍ଦିର ତିଆରି କରିଥିଲେ । ସେବେଠାରୁ ଏ ପର୍ଯ୍ୟନ୍ତ ମା' ସେଇଠି ପୂଜା ପାଆନ୍ତି ।
ଦଶହରା ସମୟରେ ମା' କଟକ ଚଣ୍ଡୀ ଶୋଡ଼ଶ ବେଶରେ ପୂଜା ପାଆନ୍ତି । ପ୍ରତିଦିନ ରୀତିନୀତି ଅନୁଯାୟୀ ମା'ଙ୍କର ପୂଜା କରାଯାଏ । ତେବେ ରାଜ୍ୟର ପ୍ରତ୍ୟେକ ଦେବୀ ପୀଠର ଉନ୍ନତକରଣ ହେଉଥିବା ବେଳେ ହଜାର ବର୍ଷର ସହରର ଐତିହାସିକ ମା' କଟକ ଚଣ୍ଡୀଙ୍କ ମନ୍ଦିର ଅବହେଳିତ ଅବସ୍ଥାରେ ପଡ଼ିଥିଲା । ତେବେ ୨୨ ବର୍ଷ ଧରି ଶାସନ କରିବା ପରେ ସରକାରଙ୍କ ଏବେ ନିଦ ଭାଙ୍ଗିଥିଲା । ମା' କଟକ ଚଣ୍ଡୀଙ୍କ ମନ୍ଦିରର ଉନ୍ନତିକରଣ, ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ୭୦ କୋଟି ଟଙ୍କା ବ୍ୟୟ ବରାଦ କଲେ । ଏହା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଧା ତାହା ଏବେ ମନ୍ଥର ଗତିରେ ଚାଲିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାହି ମୂରବୀ । ଅନ୍ୟପଟେ ମା' କଟକ ଚଣ୍ଡୀଙ୍କ ପୀଠର ଉନ୍ନତିକରଣକୁ ସମସ୍ତେ ସ୍ବାଗତ କରୁଛନ୍ତି । ହେଲେ ଏହାର ପ୍ରଚାର ପ୍ରସାର ନିମନ୍ତେ ସରକାର କୌଣସି ଠୋସ ପଦକ୍ଷେପ ନେଉ ନାହାନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।