ଅଧିକ ପଢନ୍ତୁ ଓଡ଼ିଶା ଖବର
ଗତ ୧୧ ତାରିଖ ରାତି ପ୍ରାୟ ରାତି ୧୨ ଟା ବେଳେ ଆଦିତ୍ୟ ମହାରଣା ସୁନା ଅଳଙ୍କାର ବ୍ୟବସାୟୀ କଟକ କଲେଜ ଛକ ଦେଇ ଓଏମପି ଆଡକୁ ଯାଉ ଥିବା ବେଳେ ଲୁଟର ଶିକାର ହୋଇ ଥିଲେ । କଲେଜ ଛକ ରେଳବାଇ ଓଭରବ୍ରିଜ ଉପରେ ୭ ଜଣ ଡକାୟତ ଆଦିତ୍ୟଙ୍କୁ ମାଡ଼ ମାରିବା ସହ ତାଙ୍କ ପାଖରେ ଥିବା ସାଢ଼େ ୭ ଲକ୍ଷ ଟଙ୍କା ସହ ସେ ପିନ୍ଧି ଥିବା ସୁନା ଚେନ ଓ ବାଇକ ଲୁଟ କରି ନେଇ ଥିଲେ ।
ଆଦିତ୍ୟ ଏନେଇ ମାଲଗୋଦାମ ପୋଲିସ ଏକ ଅଭିଯୋଗ କରିବା ପରେ ପୋଲିସ ଏହି ଡକାୟତ ଗ୍ୟାଙ୍ଗକୁ ଠାବ କରିଛି । ଏହି ମାମଲାର ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ତାକୁ ଠାବ କରିବା ପାଇଁ ଉଦ୍ୟମ କରାଯାଉ ଥିବା କହିଛନ୍ତି କଟକ ଡିସିପି ।