ଅଧିକ ପଢନ୍ତୁ : ନିଆଳିରେ ପୁଣି ମେଣ୍ଢା ମଡ଼କ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ପଞ୍ଚାୟତ ସୋସାଇଟି ସ୍ତରରେ ଅଧିକରୁ ଅଧିକ ଚାଷୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦେବାକୁ ବ୍ୟାଙ୍କ ପ୍ରାଥମିକତା ଦେଉଥିବା ପ୍ରଭାତ କୁମାର କାନୁନଗୋ ସୂଚନା ଦେଇଛନ୍ତି । ପୂର୍ବରୁ ଏହି ଋଣର ପରିମାଣ ୫୦ ହଜାର ଥିଲା ।
ତେବେ ଚାଷୀ ଭାଇ ମାନଙ୍କୁ ଚାଷ କ୍ଷେତ୍ରରେ ଦେଖାଯାଉଥିବା ଆର୍ଥିକ ସଙ୍କଟକୁ ଦୂର କରିବା ସହିତ ଉତ୍ସାହିତ କରିବା ଉଦେଶ୍ୟରେ ଏହାକୁ ଏକ ଲକ୍ଷ ଟଙ୍କା କରାଯାଇଛି । ଚଳିତ ଖରିପ ଚାଷ ପୂର୍ବରୁ ଏହି ଲୋନ ତାଙ୍କୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଏହି ଅଧିବେଶନରେ ୧ ହାଜର ପ୍ରତିନିଧି ଯୋଗ ଦେଇଛନ୍ତି ।