କଟକ: କଟକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡା. ଅଜିତ ମହାନ୍ତିଙ୍କ ଦ୍ୱାରା ସାର୍ବଜନୀନ ବାତଜ୍ୱର ଔଷଧ ସେବନ ଓ ଜାତିୟ କୃମି ନାଶକ ଦିବସ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଗଲା । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, କଟକ ଡା. ସତ୍ୟବ୍ରତ ଛୋଟରାୟ ସ୍ୱାଗତ ଭାଷଣ ଦେଇ ଅତିଥିଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମର ଲକ୍ଷ ପୁରଣ ବିଷୟରେ ଆଲୋଚନା କରିଥିଲେ ।
ଫାଇଲେରିଆ ନିରାକରଣ ଅଭିଯାନ ୧୦ ରୁ ୧୯ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ ଓ ତାଲିମ ପ୍ରାପ୍ତ ସ୍ୱେଛା ସେବୀ ଘରକୁ ଘର ଜାଇ ପରିବାର ସଦସ୍ୟଙ୍କୁ ବୟସ ଅନୁପାତରେ ଡି.ଇ.ସି ସହିତ ଆଲବେଣ୍ଡାଜଲ ବଟିକାର ଗୋଟିଏ ମତ୍ରା ଖୁଆଇବେ । ଚଳିତ ବର୍ଷ ଜିଲ୍ଲାରେ ୨୪ ଲକ୍ଷ ୭୫ ହଜାର ୫୪୭ ଉପଭୋକ୍ତାଙ୍କୁ ଔଷଧ ଖୁଆଇବା ପାଇଁ ସ୍ଥିର କରାଯାଇଛି ।
ଏଥିପାଇଁ ୫୫୦୦ ଔଷଧ ପ୍ରଦାନକାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ଡା. କସ୍ତୁରି ମିଶ୍ର, ଏ.ଡି.ପି.ଏଚ୍.ଓ (ଭି.ବି.ଡି) କହିଥିଲେ । ଜାତୀୟ କୃମିନାଶକ ଦିବସ କାର୍ଯ୍ୟକ୍ରମ ଅବସରରେ ୧ ରୁ ୨ ବର୍ଷ ବୟସର ପିଲାମାନଙ୍କୁ ଆଲବେଣ୍ଡାଜଲ ସିରପ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ଘରକୁ ଘର ଯାଇ ଦିଆଯିବ ବୋଲି ଡା. ମମତା ମହାପାତ୍ର, ଏ.ଡି.ପି.ଏଚ୍.ଓ (ପରିବାର କଲ୍ୟାଣ) କହିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ଷଡଙ୍ଗୀ, ଡିପିଏଚ୍ସିଓ, ଏଡିପିଏଚସିଓ, ଡିପିଏମ୍, ଡିଏମଆରସିଏଚ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।