ଅଧିକ ପଢନ୍ତୁ ଓଡ଼ିଶା ଖବର
ଏପରିକି ସୂଚନା ଅଧିକାର ଆଇନ ବଳରେ ମଧ୍ୟ ସହକାରୀ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରୁନାହିଁ । ନିଳୀମା ପାତ୍ର, ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡି ନେତା ଶରତ ନାୟକଙ୍କ ପତ୍ନୀ ହୋଇଥିବାରୁ ଆରଟିଆଇରେ ତଥ୍ୟ ଦିଆଯାଉ ନଥିବା ଅଭିଯୋଗ କରିଛନ୍ତି ମାହାଙ୍ଗାବାସୀ । ଶରତ ନାୟକ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଡାହାଣ ହାତ ହୋଇଥିବାରୁ ତଥ୍ୟ ଲୁଚାଯାଉଥିବା ଲୋକେ କହିଛନ୍ତି ।
କଟକ ଜିଲ୍ଲାରେ ଏପର୍ଯ୍ୟନ୍ତ ଫେକ୍ ସାର୍ଟିଫିକେଟରେ କେହି ଚାକିରି କରୁନଥିବା ସ୍ପଷ୍ଟୀକରଣ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଜିଲ୍ଲାରେ ଯାଞ୍ଚ ପାଇଁ ପଠା ଯାଇଥିବା ୫୦ ଜଣଙ୍କ ସାର୍ଟିଫିକେଟ ମଧ୍ୟରୁ ୨୭ ଜଣଙ୍କ ସାର୍ଟିଫିକେଟ ଠିକ୍ ଥିବା ରିପୋର୍ଟ ଆସିଛି । ଏଯାଏ ରିପୋର୍ଟ ଆସିନଥିବା ଅନ୍ୟ ୨୩ ଜଣଙ୍କ ମଧ୍ୟରେ ନିଳୀମା ପାତ୍ର ମଧ୍ୟ ରହିଥିବା ଶିକ୍ଷା ଅଧିକାରୀ କହିଛନ୍ତି । ଆରଟିଆଇରୁ ସମ୍ପୂର୍ଣ୍ଣ ତଥ୍ୟ ନମିଳିବା ପଛରେ ରାଜନୈତିକ ଚାପ ଥିବା ଅଭିଯୋଗ କରିଛନ୍ତି ମାହାଙ୍ଗାବାସୀ । ଏପଟେ ଚୁଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି ।