ଅଧିକ ପଢନ୍ତୁ : ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ଦୋକାନରେ ଜିଏସଟି ଚଢାଉ
ସିଟି ଆଣ୍ଡ ଜିଏସଟି ଅଧିକାରୀ ବିରଞ୍ଚି ମହାନଦୀଆଙ୍କ ନେତୃତ୍ୱରେ ଚାଲିଛି ଚଢାଉ । ଚଢ଼ାଉରେ ସାମିଲ ଅଛନ୍ତି ୧୫ ଜଣିଆ ଅଧିକାରୀ । ଦୋକାନର ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିବା ସହ ଷ୍ଟକ ରୁମରେ ଚାଲିଛି ଛାନଭିନ୍ ।
ଅର୍ଗସ ବ୍ୟୁରୋ : ଆଠଗଡ ଅମ୍ବର ଲୁଗା ଦୋକାନରେ ଜିଏସଟି ଟିମର ଚଢ଼ାଉ । ଟିକସ ଫାଙ୍କିବା ସନ୍ଦେହରେ ତନାଘନା । 15 ଜଣିଆ ଟିମର ଚାଲିଛି ତନାଘନା । ୧୫ ଜଣିଆ ଟିମର ଦୋକାନର ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିବା ସହ ଷ୍ଟକ୍ ରୁମରେ ଚାଲିଛି ଛାନଭିନ୍ ।
ଅଧିକ ପଢନ୍ତୁ : ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ଦୋକାନରେ ଜିଏସଟି ଚଢାଉ
ସିଟି ଆଣ୍ଡ ଜିଏସଟି ଅଧିକାରୀ ବିରଞ୍ଚି ମହାନଦୀଆଙ୍କ ନେତୃତ୍ୱରେ ଚାଲିଛି ଚଢାଉ । ଚଢ଼ାଉରେ ସାମିଲ ଅଛନ୍ତି ୧୫ ଜଣିଆ ଅଧିକାରୀ । ଦୋକାନର ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିବା ସହ ଷ୍ଟକ ରୁମରେ ଚାଲିଛି ଛାନଭିନ୍ ।
ଅର୍ଗସ ବ୍ୟୁରୋ : ପୁଣି ପଦାରେ ପଡ଼ିଲା କଟକ ଏସସିବି ମେଡିକାଲର ଅବ୍ୟବସ୍ଥା । ଏସସିବି ବଡ଼ ମେଡିକାଲରେ ଶବ ବ୍ୟବଚ୍ଛେଦ ବନ୍ଦ । ଶବ ବ୍ୟବଚ୍ଛେଦ ଗୃହ ବାହାରେ ଓ ଭିତରେ ଲହଡି ଭାଙ୍ଗୁଛି ନର୍ଦ୍ଦମା ପାଣି । ଫଳରେ ସକାଳ ୯ ଠାରୁ ଆରମ୍ଭ ହେବାକୁ ଥିବା ଶବ ବ୍ୟବଚ୍ଛେଦ ବନ୍ଦ ହୋଇ ରହିଛି। ବାହାରେ ମୃତ ଶରୀରର ଗୁଡ଼ିକ ଶବବୁହା ଟ୍ରଲି ଉପରେ ପଡି ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏସସିବିରେ ପ୍ରତିଦିନ ୪୦ ୫୦ ଶବବ୍ୟବଚ୍ଛେଦ କରାଯାଇଥାଏ । ଏସସିବିରେ ଏହି ଅବ୍ୟବସ୍ଥା ଆଜିର ନୁହେଁ, ବାରମ୍ବାର ବାରମ୍ବାର ନର୍ଦ୍ଦମା ପୋଷ୍ଟମର୍ଟମ ଗୃହ ପଶିଥାଏ ବୋଲି ଅଭିଯୋଗ ହୋଇଛି । ଗତକାଲିଠୁ ପୋଷ୍ଟମର୍ଟମ ଗୃହରେ ଏପରି ବ୍ୟବସ୍ଥା ଦେଖାଯାଇଥିବା ସୂଚନା ରହିଛି ।
ଅର୍ଗସ ବ୍ୟୁରୋ: କଟକ ଐତିହାସିକ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢିଲା । ଆଜି ସରିଥାନ୍ତା ବାଲିଯାତ୍ରା । ହେଲେ ବାଲିଯାତ୍ରା ଦିନଟିଏ ବଢାଇବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଦୁଇ ଦିନ ବଢାଇବାକୁ ଅନୁରୋଧ କରିଥିଲେ ସିଏମସି ମେୟର । ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଦିନଟିଏ ବଢାଇବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
କାର୍ତ୍ତିକ ପୂର୍ଣ୍ଣିମାଠୁ ଆରମ୍ଭ ହୋଇଥିବା ବାଲିଯାତ୍ରାର ଆଜି ଶେଷ ଦିନ ଥିଲା । ଗତକାଲି ଛୁଟି ବାର ଥିବାବେଳେ ପ୍ରବଳ ଭିଡ ହୋଇଥିଲା । ପାଖାପାଖି 10 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବାଲିଯାତ୍ରା ବୁଲିଥିଲେ ।
ବାଲିଯାତ୍ରାରେ ଭୂତ; ବିକଟାଳ ରଡି ସାଙ୍ଗକୁ ବଡ଼ ବଡ଼ ନଖ ଦେଖି ଲୋକେ ଛାନିଆ
ନୂଆପଡା: ଏଟିଏମ୍ ଭାଙ୍ଗି ୧୪ ଲକ୍ଷ ୮୦ ହଜାର ୫୦୦ ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ। ନୂଆପଡା ଖଡିଆଳ ସହରର ମିଶନ ହସ୍ପିଟାଲ ଆଗରେ ଥିବା ଏସବିଆଇ ଏଟିମ୍ ରୁ ହୋଇଛି ଲୁଟ୍।
ଗ୍ୟାସ କଟରରେ ଏଟିଏମକୁ କାଟି ଦୁର୍ବୃତ୍ତ ଲୁଟିନେଇଥିଲେ ଲକ୍ଷ ଲକ୍ଷ ଟଙ୍କା। ଏନେଇ ଥାନାରେ ଅଭିଯୋଗ କରାଯିବା ପରେ ଖଡିଆଳ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର