ଏହି ଚମ୍ପିୟାନସିପରେ ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଆସାମ ଓ ଛତିଶଗଡର 420 ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଚମ୍ପିୟାନସିପ ଓଡିଶା ତଥା ବାହାର ରାଜ୍ୟର ଖେଳାଳୀଙ୍କ ପାଇଁ ଏକ ବଡ ସୁଯୋଗ ଅଟେ।ତେବେ ଦିନକୁ ଦିନ ମାର୍ଶଲ ଆର୍ଟର ଚାହିଦା ବଢୁଥିବାରୁ ଏହି ଜାତୀୟ କରାଟେ ଚମ୍ପିୟାନସିପ ଓଡିଶାରେ ମାର୍ଶଲ ଆର୍ଟର ଆହୁରି ପ୍ରସାର ଘଟାଇବ ବୋଲି ସଂଘ ସମ୍ପାଦକ କହିଛନ୍ତି ।
ଆରମ୍ଭ ହୋଇଛି ଅଷ୍ଟମ ଜାତୀୟ ସୋତକାନ୍ କରାଟେ ଚମ୍ପିୟାନସିପ

ଅର୍ଗସ ବ୍ୟୁରୋ : କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ଅଷ୍ଟମ ଜାତୀୟ ସୋତକାନ୍ କରାଟେ ଚମ୍ପିୟାନସିପ । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଚମ୍ପିୟାନସିପରେ 5 ରାଜ୍ୟର 420 ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । 5 ବର୍ଷରୁ 39 ବର୍ଷ ବୟସ ବର୍ଗରେ ଖେଳାଳୀ ମାନଙ୍କ ମଧ୍ୟରେ ଏହି ପ୍ରତିଦ୍ବନ୍ଦିତା ହେଉଛି ।
Download Argus News App
