ବୋରୱେଲର ପଥର ଚଟାଣ ଭାଙ୍ଗୁ ନଥିଲା, ବହୁ କଷ୍ଟରେ ଭାଙ୍ଗିଲା । ପଥର ଭାଙ୍ଗିବା ବେଳେ ଯେପରି ରାହୁଲର କ୍ଷତି ନ ହେବ ଦୃଷ୍ଟି ଦେଉଥିଲୁ । 52 କେଜି ଓଜନର ପଥର କଟା ହାତ ମେସିନ୍ ବ୍ୟବହାର କରିଥିଲୁ । 18 ଫୁଟର ଟନେଲରୁ 15 ଫୁଟର ପଥର କାଟିବାକୁ ପଡ଼ିଥିଲା । ଅପରେସନ୍ ବେଳେ ମେସିନର ଭାଇବ୍ରେସନ୍ ଆମକୁ ଭୟଭୀତ କରିଥିଲା । ବୋରୱେଲରେ 60 ଫୁଟ୍ ତଳେ ଫସି ରହିଥିଲା ରାହୁଲ ସାହୁ ।
ବୋରୱେଲରେ ପାଣି, ପଙ୍କ, ପଥର ସବୁ ବାହାର କରିବା କଷ୍ଟକର ଥିଲା । ବୋରୱେଲରେ ଆର୍ଦ୍ରତା ବେଶି ଥିଲା, ଯାହାକି ଚ୍ୟାଲେଞ୍ଜ ଥିଲା । ପ୍ରଥମେ ଆମେ ରାହୁଲକୁ ଆବଶ୍ୟକୀୟ ଅକ୍ସିଜେନ୍ ଦେଇଥିଲୁ । କଦଳୀ, ଜୁସ୍ ଓ ORS ଦେଇଥିଲୁ, ରାହୁଲ ହାତ ବଢ଼ାଇ ନେଇଥିଲା । `ରାହୁଲ ବେଟା କେଲା ଖା ଲେ' ଡାକରେ ରାହୁଲ କଦଳୀ ଖାଇଦେଉଥିଲା । ଜେଜେମା', ସାନଭାଇ ରାହୁଲ ସହ କଥା ହେଉଥିଲେ, ମାନସିକ ବଳ ଦେଉଥିଲେ । ବୋରୱେଲରେ ରାହୁଲ ସହ ସାପ, ବେଙ୍ଗ ଥିବା ଜାଣିବାକୁ ପାଇଥିଲୁ । ଅତି ସତର୍କତାର ସହ ପଥର ଚଟାଣ କାଟି ରାହୁଲକୁ ଉଦ୍ଧାର କରିଥିଲୁ। ଅକ୍ଲାନ୍ତ ପରିଶ୍ରମ କରି `ଅପରେସନ୍ ଜିନ୍ଦେଗୀ'କୁ ସଫଳ କରିଛୁ ବୋଲି କହିଛନ୍ତି NDRF କମାଣ୍ଡାଣ୍ଟ ବର୍ଦ୍ଧମାନ ମିଶ୍ର ।