୨୦୨୧ ରେ କଟକରେ ମୋଟ୍ ୮୭୭ ଜଣ ଆତ୍ମହତ୍ୟା କରିଥିଲେ। ଏଥିରୁ ବିଷ ଖାଇ ୩୫୬ ଜଣ ଆତ୍ମହତ୍ୟା କରିଥିବାବେଳେ ପାଣି ବୁଡି ୨୭ ଜଣ, ନିଆଁରେ ପୋଡି ହୋଇ ୧୪୩ ଜଣ, ଫାଶି ଲଗାଇ ୩୪୯ ଜଣ, ଯୌତୁକ ଜନିତ ଆତ୍ମହତ୍ୟାରେ ଦୁଇ ଜଣଙ୍କର ଜୀବନ ଯାଇଥିଲା। କଟକ ପଛକୁ ସମ୍ବଲପୁର ରହିଛି। ସମ୍ବଲପୁର ଜିଲ୍ଲାରେ ମୋଟ୍ ୫୯୮ ଜଣ ଆତ୍ମହତ୍ୟା କରିଥିଲେ। ତୃତୀୟ ବ୍ରହ୍ମପୁର ସହର ଥିବାବେଳେ ସେଠାରେ ୩୨୩ ଜଣ ଆତ୍ମହତ୍ୟା କରିଥିଲେ।
ସେହିଭଳି ୨୦୨୦ରେ କଟକରେ ମୋଟ ୫୬୩ ଜଣ ଆତ୍ମହତ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ ବିଷ ଖାଇ ୪୧୯ ଜଣ ଆତ୍ମହତ୍ୟା କରିଥିବା ବେଳେ ନିଆଁରେ ପୋଡ଼ି ହୋଇ ୩୮ଜଣ, ଫାଶି ଲଗାଇ ୧୦୧ ଜଣ ଓ ଯୌତୁକ ଜନିତ ୫ ଜଣ ଆତ୍ମହତ୍ୟା କରିଛନ୍ତି। ସେହି ଏବର୍ଷ ବି ଆତ୍ମହତ୍ୟାରେ କଟକ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟରେ ସମ୍ବଲପୁର ଜିଲ୍ଲା ରହିଛି। ସମ୍ବଲପୁରରେ ମୋଟ ୫୧୬ ଜଣ ଆତ୍ମହତ୍ୟା କରିଛନ୍ତି। ତୃତୀୟରେ ମୟୂରଭଞ୍ଜ ଜିଲ୍ଲା ଥିବା ବେଳେ ସେଠାରେ ୩୫୦ ଜଣ ଆତ୍ମହତ୍ୟା କରିଥିଲେ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।