ଗତ ତିନି ବର୍ଷ ତଳେ ଏହି ରାସ୍ତା କାମ ହୋଇଥିଲା। ପୁଣି ଥରେ ଖରାପ ହେବାରୁ ୬ ମାସ ତଳେ ରାସ୍ତାକାମ ପୁନର୍ବାର ଆରମ୍ଭ ହୋଇଛି । ତେବେ ବିରୂପା ନଦୀ ଘାଟରୁ ବାଲି ଉଠାଉଥିବା ଭାରିଯାନ ଗୁଡିକ ଏହି ରାସ୍ତା ଉପରେ ଯାଉଥିବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ଏ ବାବଦରେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଏ ନେଇ RD ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଅର୍ଜୁନ କୁମାର ସାହୁ କହିଛନ୍ତି ଖୁବ୍ ଶୀଘ୍ର ଆରମ୍ଭ କରାଯିବ କାମ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।