କଟକ ଷଷ୍ଠ ବାଟାଲିଆନରେ ଥିବା ଜଣେ କନଷ୍ଟେବଳର ସେ ପତ୍ନୀ। ଦୁଇ ଛୁଆଙ୍କ ସେ ମାଁ। କେବଳ ଏତିକି ନୁହେଁ ଏହି ଘଟଣାରେ ଅଟକ ଥିବା ରାଣୀ ମହୁମାଛି ନିଜକୁ ୱେବ ମେଡିଆ ସାମ୍ବାଦିକ ପରିଚୟ ଦେଇ ଚଲାଉଥିଲା ସେକ୍ସ୍ ରାକେଟ। ବାଦାମବାଡ଼ି ପୋଲିସ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି।
4ଜଣ ଦେହଜୀବୀଙ୍କ ସହ ରାଣୀ ମହୁମାଛି ଅଟକ

ଅର୍ଗସ ବ୍ୟୁରୋ : କଟକ ବାଦାମବାଡ଼ି ଅଂଚଳରେ ବଡ଼ ଧରଣର ସେକ୍ସ ରାକେଟ ଉପରେ ଚଢ଼ାଉ। ବାଦାମବାଡ଼ି ଥାନା ପୋଲିସ ପକ୍ଷରୁ ଏହି ଚଢାଉ କରାଯାଇଛି। ଏଥିରେ ଦୁଇ ଜଣ ଗ୍ରାହକ, ଚାରି ଜଣ ଦେହଜୀବୀଙ୍କ ସହ ରାଣୀ ମହୁମାଛି ଅଟକ। ବଡ଼ କଥା ହେଉଛି ସେମାନଙ୍କ ମଧ୍ୟରୁ ଜଣେ ଦେହଜୀବୀ ଜଣେ ପୋଲିସ କର୍ମଚାରୀର ପତ୍ନୀ ଥିବା ଜଣାପଡିଛି ।
Download Argus News App
