ଅଧିକ ପଢନ୍ତୁ : କଟକରେ କଳାଧନ ସମ୍ପର୍କିତ SIT ର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ
ସିଟ ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏହି ବୈଠକ । ବହୁ ଚର୍ଚ୍ଚିତ ଲେଡୀ ବ୍ଲାକ ମେଲର ଅର୍ଚ୍ଚନା ନାଗର କଳାଧନ, ଜିଏସଟି ଠକେଇ, ଡ୍ରଗ୍ସ ଓ ଗଞ୍ଜେଇ କାରବାର, ଉପ ନିର୍ବାଚନ ସମୟରେ ହୋଇଥିବା ଜିଏସଟି ଓ ଆୟକର ରେଡ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚାଲିଛି ଆଲୋଚନା ।
ଏହି ବୈଠକରେ ଇଡି, ଆଇଟି, ସିବିଆଇ, ଏକ୍ସସାଇଜ, କଷ୍ଟମ, ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀ, ଖଣି ସଚିବ, କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି। ତେବେ ଦେଶରେ କଳାଧନ କାରବାର ରୋକିବା ପାଇଁ SIT ର ଗଠନ ହୋଇଛି। କଳାଧନ ସମ୍ପର୍କିତ ପ୍ରସଙ୍ଗ ସହ ଅନ୍ୟ କିଛି ସାଂପ୍ରତିକ ପ୍ରସଙ୍ଗ ବାବଦରେ ଆଲୋଚନା ଚାଲିଛି।