ବାଲେଶ୍ୱରର ଝିଅ ବାହା ହେଇଥିଲେ କଟକିଆ ପୁଅକୁ। ଅବଶ୍ୟ ପୁଅଟି ଓଡ଼ିଆ ନୁହେଁ ମାରଓ୍ବାଡି। ଝିଅଟି କିନ୍ତୁ ଦେଖିବାକୁ ଭାରି ସୁନ୍ଦରୀ। ଖଣି ପକା ଅରୁଆ ଚାଉଳ ଭଳି। ଏଇଥିପାଇଁ କୁଆଡେ ଗଲା ବର୍ଷ ଗୋଟେ ଟୋକା ତାଙ୍କ ପାଇଁ ପାଗଳ ହେଲା। ପଛରେ ଗୋଡେଇ ଗୋଡେଇ ପଟିଆ ପାଖାପାଖି ସ୍ଥାନରେ ଏ ସୁନ୍ଦରୀ ଝିଅଟାର କଅଁଳିଆ ଗୋଡକୁ ଗୁଳି ମାଇଲା।
ଓଃ ହୋ…
ମରଣ ହେଲାଣି ତତେ ଯାହାରେ।
ଏମିତିକିଆ ଝିଅକୁ ତତେ ଗୁଳି ମାରିବାକୁ ହାତ କେମିତି ଗଲା କେଜାଣି। ମାଇଲା ତ ମାଇଲା। ନାମ ନେଇକି ହାଜତକୁ ଗଲା। ସେହି ଗୁଳି ମରା ଯୁବକ କୁଆଡେ ‘ଟୁକ୍କା’ ନାମରେ ନାମିତ ହୋଇଛନ୍ତି ବୋଲି ଚର୍ଚ୍ଚା।
ଆପଣ ଯେଉଁ ଟାଟୁବାଲି ପ୍ରସଙ୍ଗ ଏବେ ଗଣମାଧ୍ୟମରେ ଶୁଣିଛନ୍ତି ବା ପଢୁଛନ୍ତି କିମ୍ବା ଦେଖୁଛନ୍ତି ଏ କାହାଣୀର ଗୋଟିଏ ପ୍ଲଟରେ ଏହି ଯୁବକଙ୍କ ନାଁ ଅଛି। ବାଲେଶ୍ୱରର ଯୁବତୀ ଜଣକ କୁଆଡେ ତାଙ୍କ ପ୍ରେମିକା ଥିଲେ ବୋଲି ଚର୍ଚ୍ଚା ।
ଏପଟେ ଯୁବତୀଙ୍କ ପ୍ରାଇଭେଟ ପାର୍ଟରେ ଏହି ଟୁକ୍କା ନାଁଟି ଖୋଦେଇ ହୋଇଛି। ମାନେ, ଟାଟୁରେ ରେଖାଙ୍କିତ ହୋଇଥିବା କଥା ଏବେ ଉଠୁଛି ପଡୁଛି।
ପ୍ଲାସ୍ ବ୍ୟାକ ସରିଲା। ଯାହାକି ଯୁବତୀଙ୍କ ପିତାଙ୍କ ଏକ ଗଣମାଧ୍ୟମ ବାଇଟ୍ ଓ ଲୋକ ଚର୍ଚ୍ଚାକୁ ଆଧାର କରି ଲେଖାଗଲା।
ଏବେ ଡାଇରେକ୍ଟ ଘଟଣାକୁ ଆସିବା। ଚାଲନ୍ତୁ ଶୁଣିବା ଚଉଠି ରାତିର କଥା।
ଚଉଠି ରାତି, ଦେହରେ ତାତି, ପାଖରେ ସାଥି।
ଓ୍ବା..ହାଓ ରୋମାଣ୍ଟିକ୍।
ଏ ଲେଖା ପଢି ଆପଣ ଖାଲି ନିରୋଳା ମଉଜ କଥା ଚିନ୍ତା କରୁଥିବେ। ହେଲେ ମୋହିତ ଶର୍ମା(ଯୁବତୀଙ୍କ ସ୍ବାମୀ) ସେଦିନ ରାତିରେ ଡିଷ୍ଟରର୍ବ ହେଇଗଲେ। ପ୍ରିୟତମା, ମାନେ ବାଲେଶ୍ବରର ସେହି ଝିଅ ଯାହାଙ୍କ କଥା ଉପରେ ଆପଣ ପଢିଲେ।
ପ୍ରେମ କରୁକରୁ ମୋହିତ ଯେତେବେଳେ ପତ୍ନୀ ସ୍ବରୂପା ସେହି ଝିଅଙ୍କ ପ୍ରାଇଭେଟ ପାର୍ଟ ଆଡେ ଗଲେ, ସେତେବେଳେ ଟାଟୁ ଦେଖି ଚମକି ପଡିଲେ। ପ୍ରିୟତମାର ଟାଟୁ ପ୍ରିୟତମଙ୍କ ହୃଦୟରେ ଛିଦ୍ର କରିଦେଲା।
ଆଲୋ.. ଆଲୋ… ଏଠି କ’ଣ ଲେଖା ହେଇଛି ‘ଟୁକ୍କା’…
ଏଇ କଥା ଭାବୁଭାବୁ ଫୋନଟା କିଲିଲିଂ କିଲିଂ ହେଲା। କିଏ ଗୋଟେ ସିଆଡୁ କହିଲା। ତା ସହ କିଛି କରିବୁନି, ତା ପ୍ରାଇଭେଟ୍ ପାର୍ଟରେ ମୋ ନାଁ ଲେଖାଅଛି।
ବାସ୍ ତା ପରେ ଆରମ୍ଭ ହେଲା ଟାଟୁ ଟର୍ଚ୍ଚର । ଯୁବକଙ୍କ ଅଭିଯୋଗ ତାଙ୍କ ସ୍ତ୍ରୀ ଆଉ ତାଙ୍କ ଟୁକ୍କା ନାମଧାରୀ ପ୍ରେମିକ କୁଆଡେ ତାଙ୍କୁ ଭାରି କଲବଲ କରୁଛନ୍ତି। ରଖେଇ ଥୋଇ ଦଉ ନାହାନ୍ତି। ଏଭଳି ଦାରୁଣ ଯନ୍ତ୍ରଣା ପ୍ରସମନ ପାଇଁ ସେ ଗଣମାଧ୍ୟମର ସାହାରା ନେଇଛନ୍ତି।
ଏ କଥା ଶୁଣିବା ପରେ ସୁନ୍ଦରୀ ପତ୍ନୀ ଜଣଙ୍କ ମନ ସମ୍ଭାଳି ପାରଲେନି।
ଆଉ ଗଣମାଧ୍ୟମରେ କହିଲେ..
‘ହଁ ମୋ ଟାଟୁ କରିଛି। ମୋହିତ ମୋ ସ୍ୱାମୀ, ସେ ସବୁ ଦେଖିଛନ୍ତି, ସବୁ ଜାଣିଛନ୍ତି। ଏବେ ମିଛରେ ଖାଲି ଏମିତି ଚବର ଚବର ହେଉଛନ୍ତି। ମୋ ପାଇଁ ଜଉତୁକ ବାବଦରେ ତାଙ୍କୁ ଆହୁରି ଅଧିକ ଟଙ୍କା ଦରକାର, ସେଥିପାଇଁ ଏତେ ପାଲା।’
ଏବେ କୁହନ୍ତୁ, କାହାକୁ କ’ଣ କହିବା। ଝିଅ ସତ ନାଁ ସ୍ୱାମୀ, ନା ତାଙ୍କ ପ୍ରାଇଭେଟ୍ ପାର୍ଟରେ ଥିବା ଟାଟୁ !
ଛାଡ ଆମେ ଗପରେ ଗପରେ ଘଟଣାକୁ ଆପଣଙ୍କୁ କହିଦେଲୁ। ପୁଲିସ ଦୁଷ୍ଟାମୀ କରୁଥିବା ଟାଟୁକୁ ମାନେ ଟାଟୁ ସମ୍ପର୍କରେ ଯାଞ୍ଚ କରୁ। ପଦାକୁ ସତ୍ୟ ଆସୁ। ପତି ଧର୍ମର ଜୟ ହେଉ ଆଉ ପ୍ରେମ(ତଥାକଥିତ) ପଣିଆର ମଧ୍ୟ ବିଜୟ ହେଉ। ଦେଖାଯାଉ କୋଉ ପାଣି କୁଆଡିକି ଯାଉଛି।