ଅଧିକ ପଢନ୍ତୁ ଓଡ଼ିଶା ଖବର
ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ଲେହେଁଗ ତୋଟାସାହି ଗାଁରେ । ଆଜି ଦୁଇ ବନ୍ଧୁ ସମୁଦି ହୋଇଛନ୍ତି । ଜଣେ ବର ପକ୍ଷ ଓ ଅନ୍ୟ ଜଣେ କନ୍ୟା ପକ୍ଷ । ତେବେ କନ୍ୟା ପକ୍ଷ ଧନେଶ୍ୱର ବେହେରା, କଲ୍ୟାଣି ବେହେରା ଓ ବର ପକ୍ଷ କଳିଙ୍ଗ ପ୍ରଧାନ,ସଂଧ୍ୟାରାଣୀ ପ୍ରଧାନ ଅଟନ୍ତି ।
ଦୁହେଁ ପ୍ରାଥମିକ ଶ୍ରେଣୀରୁ ଦୁଇଟି ଗଛ ଲଗାଇ ଯତ୍ନ ନେଉଥିଲେ । ଆଉ ଆଜି ବଡ଼ ହେବା ପରେ ବିବାହ ହୋଇଛି । ବୃକ୍ଷ ହିଁ ଜୀବନଏହି ସଚେତନତା ବାର୍ତ୍ତା ଲୋକ ମାନଙ୍କୁ ଦେବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଛି ବରଗଛ ସହିତ ଓସ୍ତଗଛର ବିବାହ । ତେବେ ଏହିଭଳି ନିଆରା କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଅଂଚଳର ଅନେକ ଲୋକ ଉପସ୍ଥିତ ଥିଲେ । ଭୋଜିଭାତର ଆୟୋଜନ ମଧ୍ୟ ହୋଇଥିଲା । ତେବେ ସଚେତନତା ବାର୍ତ୍ତାକୁ ହୃଦୟଙ୍ଗମ କରି ଦେଖଣାହାରୀ ବୃକ୍ଷ ରୋପଣ ପାଇଁ ଆଗ୍ରହ ବଢ଼ାଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଅଂଚଳବାସୀ ପ୍ରଶଂସା ମଧ୍ୟ କରିଛନ୍ତି ।