ଏହି ଅବସରରେ ବିଶ୍ବବିଦ୍ୟାଳୟର ଫାଉଣ୍ଡର ପ୍ରେସିଡେଣ୍ଟ ସଂଜୀବ କୁମାର ରାଉତ ବିଭିନ୍ନ ବିଭାଗର 935 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ । ଭବିଷ୍ୟତରେ ମେଡିକାଲ ଓ ଅନେକ ନୂତନ ପାଠ୍ୟକ୍ରମର ଆରମ୍ଭ ହେବାନେଇ ଲକ୍ଷ୍ୟ ରଖାଯାଇଥିବା ନିଜ ବକ୍ତବ୍ୟରେ କହିଥିଲେ । ଏହି ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ୍ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ବିଜ୍ଞାନ ଓ ଜ୍ଞାନ କୌଶଳ ସହ ସମାଜରେ ନିଷ୍ଠାପର ଭାବରେ କାମ କରିବାକୁ ସେ ଆହ୍ବାନ ଦେଇଥିଲେ । ବୈଠକ ଅବସରରେ ଭାଇସ ପ୍ରିନସିପାଲଙ୍କ ସହ ଅନେକ ପ୍ରଫେସର ମଧ୍ୟ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ ।