ଦେବିତୋଷଙ୍କ ସହ ହୋଇଥିବା ସାଇବର ଠକେଇ ସମ୍ପୁର୍ଣ୍ଣ ନୂଆ ତରିକାରେ ହୋଇଥିଲା । ନା ଓଟିପି ଦେଇଥିଲେ ନା କୌଣସି ବ୍ୟାଙ୍କ ତଥ୍ୟ । ହେଲେ ଆଧାର କାର୍ଡ ଓ ପାନକାଡର ତଥ୍ୟ ଓ୍ବେବସାଇଟରେ ଅପଲୋଡ କରୁ କରୁ ଆକାଉଣ୍ଟ ଖାଲି ହୋଇଯାଇଥିଲା । କଲେଜର ବିଦ୍ୟୁତ ବିଲା ପୈଠ କରିବାକୁ ଦେବିତୋଷଙ୍କ ପାଖକୁ ମେସେଜ ଆସିଥିଲା । ମେସେଜ ରେ ଥିବା ନମ୍ବରରେ କଲ କରିବା ପରେ କିପରି ଟଙ୍କା ପୈଠ କରିବେ ତାହାର ପ୍ରକ୍ରିୟା ବୁଝାଇଥିଲା ସାଇବର ଲୁଟେରା । ତେବେ ଲୁଟେରା ପ୍ରସ୍ତୁତ କରିଥିବା ଫେକ ଓ୍ବେବସାଇଟରେ କିଛି ତଥ୍ୟ ଅପଲୋଡ କରିବା ପରେ ଆକାଉଣ୍ଟରୁ ଟଙ୍କା କଟିବା ଆରମ୍ଭ ହେଲା ।
ବିଧାନସଭା ତଥ୍ୟ କହୁଛି ଯେତିକି ଠକେଇ ହେଉଛି ତାହାର ଗୋଟିଏ ପ୍ରତିଶତରୁ ବି କମ ଟଙ୍କା ଫେରସ୍ତ ହେଉଛି । ଏଭଳି ସ୍ଥିତିରେ ରାତିରେ ସାଇବର ଥାନା ସେଲର ବାସ୍ତବ ଚିତ୍ର ଓ ଠକେଇ ର ଶୀକାର ବ୍ୟକ୍ତିଙ୍କ ପ୍ରତି ପୋଲିସର ବ୍ୟବହାର ଠକେଇ ରୋକିବାକୁ କେମିତି ଚେଷ୍ଠା ଚାଲିଛି ତାହା ପଦାରେ ପକାଇଛି ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।