ଏପରିସ୍ଥଳେ କଟକ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ କରାଯାଇଛି ଏକ ସଚେତନତା କାର୍ଯ୍ୟ । ଯାହାର ଲକ୍ଷ୍ୟ କେବଳ ରାଗିଙ୍ଗ ଓ ସାଇବର ଅପରାଧ କଲେଜ ଓ ସ୍କୁଲ ସ୍ଥରରେ ଦମନ କରିବାର ଏକ ଜାଗରଣତା ସୃଷ୍ଟି କରିବା । ତେବେ ଏହାକୁକୁ ନଜରରେ ରଖି ପୋଲିସ ପକ୍ଷରୁ ଆଜି କଟକ ଶୈଳବାଳା ସ୍ୱୟଂଶାସିତ ମହିଳା ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କଟକ ଡିସିପି ପିନାକ ମିଶ୍ର ଓ କ୍ରାଇମବ୍ରାଞ୍ଚ ସାଇବର ସେଲର ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ଛାତ୍ରୀ ଓ ଅଧ୍ୟାପିକା ମାନଙ୍କୁ ଏହି ରାଗିଙ୍ଗ ଓ ସାଇବର ଅପରାଧରୁ ନିବୃତ ରହିବା ପାଇଁ ଉପଦେଶ ଦେଇଥିଲେ । ଏହାସହ ପ୍ରତି ସ୍କୁଲ ଓ କଲେଜରେ ଆଗମୀ ଦିନରେ ଗୋଟିଏ ଲେଖାଏଁ ସାଇବର କ୍ଳବ ଖୋଲିବା ନେଇ କମିଶନରେଟ ପୋଲିସର ଯୋଜନା ରହିଥିବା କହିଛନ୍ତି ଡିସିପି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।