ଏନେଇ କଟକ ସାଇବର ଥାନାରେ ଅଭିଯୋଗ ହେବାପରେ ତଦନ୍ତ ଆରମ୍ଭ କରିଛି ସାଇବର ଥାନା ପୋଲିସ୍ । ଅତିରିକ୍ତ ଡିସିପିଙ୍କ ସୂଚନା ଅନୁଯାୟୀ ନୂଆ ବଜ଼ାର ଅଞ୍ଚଳର ଜଣେ ଯୁବତୀ ଫ୍ଲିପକାର୍ଟରୁ ଗୋଟିଏ ଡ୍ରେସ ଅଡ଼ର କରିଥିଲେ। ହେଲେ ଡେଲିଭରି ସମୟରେ ଯୁବତୀ ଘରେ ନଥିବାରୁ ତାଙ୍କ ମା ଜିନିଷ ରଖି ଜିନିଷ ବାବଦକୁ 400 ଟଙ୍କା ଦେଇଥିଲେ । ପାର୍ସଲ ଖୋଲିବା ପରେ ପୁରୁଣା ଡ୍ରେସ୍ ଦେଖି ଡ୍ରେସକୁ ଫେରସ୍ତ କରିବା ପାଇଁ ଯୁବତୀ ଜଣକ ଡେଲିଭରି ବୟକୁ କହିଥିଲେ । ଟଙ୍କା ଫେରସ୍ତ ପାଇଁ ଠକ ଡେଲିଭରି ବୟ ଫୋନ ପେ ନମ୍ବର ମାଗିଥିଲା । ନମ୍ବର ଦେବା ପରେ ମୋବାଇଲକୁ ଲିଙ୍କ ପଠାଇ କ୍ଲିକ କରିବା ପାଇଁ କହିଥିଲା ।
ଲିଙ୍କ କ୍ଲିକ କରିବା ପରେ ଆକାଉଣ୍ଟରେ ଥିବା 19 ହଜାର ଟଙ୍କା ଠକି ନେଇଯାଇଥିଲା ଠକ ଡେଲିଭରି ବୟ। ଏନେଇ ସାଇବର ଥାନାରେ ଅଭିଯୋଗ ପରେ ଡେଲିଭରି ବୟର ନମ୍ବର ଟି ଝାରଖଣ୍ଡର ବୋଲି ଜଣା ପଡିଛି । ତେଣୁ ଅଜଣା ଲୋକଙ୍କୁ ଫୋନ ପେ ନମ୍ବର କିମ୍ବା ଅଜଣା ଲିଙ୍କକୁ ନଖୋଲିବାପାଇଁ ପରାମର୍ଶ ଦେଇଛି ପୋଲିସ।