ଦେଶରେ 5ଜି ସିମ୍ର ବ୍ୟବହାର ଏଯାଏ ଆରମ୍ଭ ହୋଇନି କିନ୍ତୁ ଏହି ଆଳରେ ସାଇବର ଠକମାନେ ଜାଲ ବିଛେଇ ଲୁଟିବା ଆରମ୍ଭ କରିଦେଲେଣି। ପୁରୁଣା ସିମ୍କୁ ଅପ୍ଗ୍ରେଡ କରାଇବା ପାଇଁ ଗ୍ରାହକଙ୍କୁ ଫୋନ୍ କରି ବେଶ୍ କୌଶଳର ସହ ଆକାଉଣ୍ଟ ସଫା କରିଦେଉଛନ୍ତି ସାଇବର ଗ୍ୟାଙ୍ଗ।
ଏଭଳି ଏକାଧିକ ଅଭିଯୋଗ ପାଇଲା ପରେ ସତର୍କ କରାଛି କ୍ରାମବ୍ରାଞ୍ଚ। ଏହିପରି ଫୋନ୍ କଲ୍କୁ ବିଶ୍ୱାସ ନ କରିବା ପାଇଁ କ୍ରାଇମବ୍ରାଞ୍ଚ ସୂଚନା ଦେଇଛି। ଗ୍ରାକକମାନେ ଯେତେବେଳେ ସାଇବର ଠକଙ୍କ କଥାରେ ବିଶ୍ୱାସ କରି ଓଟିପି ଦେଇଦେଉଛନ୍ତି, ଓଟିପି ଅବା ଲିଙ୍କ ଖୋଲିବା ମାତ୍ରେ ଗ୍ରାହାକଙ୍କ ଫୋନ୍ର ଥିବା ସିମ୍ର ସମସ୍ତ ତଥ୍ୟ ଠକଙ୍କ ପାଖକୁ ଚାଲିଯାଉଛି।
ଗ୍ରାହକଙ୍କ ସିମ୍ଟି ଅଚଳ ହେବା ସହିତ ସେହି ସିମ୍ ନମ୍ବରଟି ଠକ ପାଖରେ ଥିବା ଏକ ବ୍ଲାଙ୍କ ସିମ୍ରେ ଆକ୍ଟିଭ୍ ହେଇଯାଉଛି। ଏବେ ପ୍ରାୟତଃ ବ୍ୟାଙ୍କ ଆକାଉଣ୍ଟ ସହ ସିମ୍ ଲିଙ୍କ ହୋଇ ରହୁଛି। ଯାହାଦ୍ୱାରା ଠକଙ୍କୁ ଠକିବାକୁ ସହଜ ହେଉଛି। ରାଜ୍ୟରେ ଏହି ନୂଆପ୍ରକାର ଠକେଇ ଏପର୍ଯ୍ୟନ୍ତ ୬ଟି ହୋଇସାରିଲାଣି।
ଏଭଳି କଲ୍ ଆସିବା ମାତ୍ରେ ତୁରନ୍ତ କାଟି ଦିଅନ୍ତିୁ। ଯଦି ମନରେ କିଛି ସିମ୍ ସର୍ମ୍ପକିତ ଆଶଙ୍କା ଆସୁଛି ତେବେ ନିକଟସ୍ଥ ରିଟେଲର ଷ୍ଟୋରକୁ ଯାଇ ବୁଝାବୁଝି କରିନିଅନ୍ତିୁ । କିନ୍ତୁ ଏଭଳି ଠକ କଲ୍ରୁ ନିବୃତ୍ତ ରୁହନ୍ତୁ ନହେଲେ ହରାଇଦେବେ ସର୍ବସ୍ୱ।