ରାଜ୍ୟ କ୍ରାଇମ ବ୍ୟୁରୋରେ କାର୍ଯ୍ୟରତ ଜଣେ ସବ ଇନସ୍ପେକ୍ଟରଙ୍କ ପତ୍ନୀଙ୍କ ଆକାଉଣ୍ଟରୁ 48 ହଜାର ଟଙ୍କା ଲୁଟ କରିଛନ୍ତି ସାଇବର ଲୁଟେରା । ଏନେଇ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ ହୋଇଛି ।ହେଲେ ବାରମ୍ୱାର ଏଭଳି ଘଟଣା ସାମ୍ନାକୁ ଆସୁଥିଲେ ବି ଏମାନଙ୍କୁ ଧରିବାରେ ବିଫଳ ହେଉଛି ପୋଲିସ। ଅନ୍ୟପଟେ ପ୍ରଶ୍ନ ଉଠୁଛି ସାଇବର ଲୁଟେରାଙ୍କ ଲୁଟ ଏପରି ଭାବରେ ବଢ଼ି ଚାଲିଛି, ତେବେ ସାଧାରଣ ଲୋକ କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନ ଉଠୁଛି।