- ବ୍ରାଉଜର୍ ରେ କେବେ ବି ପାସୱାର୍ଡ ସେଭ୍ କରନ୍ତୁ ନାହିଁ ।
- କେବେ ବି ନିଜ ଫଟୋ କିମ୍ବା ନିଜ ସଂପର୍କିତ ତଥ୍ୟ ସପିଂ ମନ୍ ରେ ଦିଅନ୍ତୁ ନାହିଁ ।
- ଫ୍ରି ୱାଇ ଫାଇ ବ୍ୟବହାର କରନ୍ତୁ ନାହିଁ ।
- ଏହା ସହ ବାପା – ମା’ ଙ୍କ ପାଇଁ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ଟିପ୍ସ୍ ହେଲା ଯେଉଁ ଫୋନରେ ଗୁଗୁଲ୍ ପେ କିମ୍ବା ଫୋନ ପେ ରହିଛି ସେହି ଫୋନ କୁ ଛୋଟ ଛୁଆଙ୍କୁ ଦିଅନ୍ତୁ ନାହିଁ । ଅପରିଚିତ ଲୋକଙ୍କ ସହ ଚାଟିଂ କରନ୍ତୁ ନାହିଁ ।
5 ମାସରେ 15 ଶହରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ପ୍ରାୟ 5 କୋଟି ଠକି ନେଲେଣି ସାଇବର ଠକମାନେ । ପୁରା ରାଜ୍ୟରେ ସାଢେ 17 ଶହ ମାମଲା ରୁଜୁ ହୋଇଥିବାବେଳେ କେବଳ ରାଜଧାନୀରେ 1537 ମାମଲା ରୁଜୁ ହୋଇଛି । ମୋଟ ଠକେଇର କେବଳ 87 ପ୍ରତିଶତ ରାଜଧାନୀ ଭୁବନେଶ୍ୱରରେ ହୋଇଛି ।
ସବୁଠୁ ବେଶୀ ଆଶ୍ଚର୍ଯ୍ୟ କରୁଛି ଏହି ଠକାମିର ଶିକାର ହେଉଛନ୍ତି ଉଚ୍ଚଶିକ୍ଷିତ । ଡାକ୍ତର, ଇଞ୍ଜିନିୟର, ଅବସରପ୍ରାପ୍ତ ସେନା ଅଧିକାରୀ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ରହିଛନ୍ତି ଲିଷ୍ଟରେ ।
ଅନ୍ୟପଟେ ଏକ ଚିନ୍ତାର ବିଷୟ ହେଉଛି ଗତ 5 ମାସରେ ପୁଳା ପୁଳା ଅଭିଯୋଗ ଆସୁଥିଲେ ବି ଠକକୁ ଧରିବା ତ ଦୂରର କଥା ପୋଲିସ ମାମଲା ରୁଜୁ ମଧ୍ୟ କରୁନାହିଁ । ଗତ ମାସକରେ 344ଟି ମାମଲା ରୁଜୁ ହୋଇଥିବାବେଳେ ଭୁବନେଶ୍ୱରର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ମାତ୍ର 6ଟି ମାମଲା ପଞ୍ଜୀକୃତ ହୋଇଛି । ପ୍ରତିମାସରେ ସମାନ ସ୍ଥିତି । ଏମିତିରେ ଲୋକମାନେ ନ୍ୟାୟ କିପରି ପାଇବେ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Cyber Tips for Kids / Students :
👉 Dont Save Password in Browsers
👉 Dont Load your Photos /personal details in SM
👉 Dont use Free Wifi
👉 For Parent : Dont allow mobiles to kids where phonepe- gpay like upi apps installed.
👉 Dont allow chatting with unknown persons etc. pic.twitter.com/ldHehSac76 — Prashant Sahu 🇮🇳 (@suryanandannet) September 13, 2022
ଓଡିଶା ଖବର ଆହୁରି ପଢ଼ନ୍ତୁ ।