ଭୁବନେଶ୍ୱର: ଓଡ଼ିଶାରେ ଭୟଙ୍କର ରୂପ ନେଇଛି ବାତ୍ୟା ଫୋନି । ରାଜ୍ୟରେ ଏକ ପ୍ରକାର ତାଣ୍ଡବ ରଚିଛି ଫୋନି । ତେବେ ଭୁବନେଶ୍ୱରରେ ମଧ୍ୟ ବେଶ୍ ପ୍ରଭାବ ପକାଇଛି ଫୋନି । ଏହା ସହ ଭୁବନେଶ୍ୱର ମଧ୍ୟରେ ପ୍ରାୟ 10ହଜାର ଇଲେକଟ୍ରିକ୍ ପୋଲ୍ ଫୋନି ମାଡ଼ରେ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଏହି 10 ହଜାର ଇଲେକ୍ଟ୍ରିକ୍ ପୋଲ୍ ଭାଙ୍ଗିବା ଦ୍ୱାରା ପାଖାପାଖି 3 ଲକ୍ଷ ଗ୍ରହକ ପ୍ରଭାବିତ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ବିଦ୍ୟୁତ ସରବାରହ ଏକ ପ୍ରକାର ଠପ୍ ହୋଇଯାଇଛି । ଏନେଇ ବିଭାଗୀୟ ଶକ୍ତି ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ମୋଟ 25 ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ଦିବେ ପାଇଁ ଚେଷ୍ଟା ଚଲିଥିବା କହିଛନ୍ତି ହେମନ୍ତ ଶର୍ମା । କାରଣ ଭୁବନେଶ୍ୱରରେ ଭିତ୍ତିଭୁମି ସମ୍ପୁର୍ଣ୍ଣ ଭୁଶୁଡ଼ି ଯାଇଛି । ବିମାନବନ୍ଦର, ରେଲଓ୍ୱେଷ୍ଟସନ ଓ ମେଡିକାଲରେ ପ୍ରଥମେ ବିଦ୍ୟୁତ ସଂଯୋଗ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି । ଆଜି ସନ୍ଧ୍ୟା ସୁନ୍ଧା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁରରେ ମଧ୍ୟ ବିଦ୍ୟୁତ େସଂଯୋଗ ଦିଆଯିବ । ରାଜ୍ୟରେ ମୋଟ 30ଲକ୍ଷ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଥିବା ସୂଚନା ମିଳିଛି ।
ତେବେ ପୁରୀରେ ଆଜି ବିଦ୍ୟୁତ ସଂଯୋଗ ଦେବା ଅସମ୍ଭବ ବୋଲି ସୂଚନା ଦେଇଛନ୍ତି ହେମନ୍ତ ଶର୍ମା ।ଅର୍ଗସ ବ୍ୟୁରୋ: ସୀମାନ୍ତରେ ବାଟବଣା ବସୁଧା | କେବଳ କାଗଜ କଲମରେ ସୀମିତ ରାଜ୍ୟସରକାରଙ୍କ ବିକାଶ l ବିକାଶ ନାଁରେ ପ୍ରଚୁର ବିଜ୍ଞାପନ କରୁଥିବା ରାଜ୍ୟ ସରକାରଙ୍କର ଗୋଟେ ପରେ ଗୋଟେ ଯୋଜନା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରୁନି, ଯାହା ଫଳରେ ଉପାନ୍ତ ଅଞ୍ଚଳରେ ଥିବା ଲୋକ ମାନେ ସରକାରୀ ଯୋଜନା ଗୁଡ଼ିକ ପାଇବାରୁ ସମ୍ପୁର୍ଣ୍ଣ ଭାବରେ ବଞ୍ଚିତ ହେଉଛନ୍ତି।ଆମେ କହୁଛୁ କୋରାପୁଟ ଜିଲା ପଟାଙ୍ଗି ବ୍ଲକ ପୁକାଲି ପଞ୍ଚାୟତର ସଙ୍କର ଢେମସାଗୁଡା ଗ୍ରାମ କଥା | ପ୍ରାୟ 300 ରୁ ଅଧିକା ଲୋକଥିବା ଏହି ଗାଁରେ ନାହିଁ ପାନୀୟ ଜଳର ସୁବିଧା । ଏକମାତ୍ର ହେଡ୍ ପମ୍ପ ହିଁ ଏମାନଙ୍କ ଭରଷା ସାଜିଛି।
50 କୋଟି ଖର୍ଚ୍ଚ ପରେବି ମିଳୁନି 30 ପରିବାରଙ୍କୁ ବିସୁଧ ପାନୀୟ ଜଳ,ପଟାଙ୍ଗି ବ୍ଳକର ସୀମାରେ ବାରମ୍ବାର ଏହି ସବୁ ସମସ୍ୟା ଦେଖାଯାଉଥିଲେ ବି, ରାଜ୍ୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନଙ୍କ ତରଫରୁ କୌଣସି ଆଖି ଦୃଷ୍ଟିଆ ପଦକ୍ଷପ ନିଆଯାଉନାହିଁ l ଏହିଭଳି ଅବସ୍ଥା ଦେଖା ଦେବାରୁ ସରକାରୀ ବାବୁ ମାନଙ୍କ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଘଞ୍ଚ ଜଙ୍ଗଲ ଆଉ ପାହାଡ ଭିତରେ ଫସିଛି ଜୀବନ । ନା ବିକାଶ ଦେଖୁଛି ନା ସୁବିଧା ପାଉଛି । ବଣ ମଣିଷ ଭଳି ବିତୁଛି ଜୀବନ । ଯେଉଁଠିକୁ ଚାହିଁବେ ସମସ୍ୟା ହିଁ ସମସ୍ୟା । ରାସ୍ତାଘାଟଠୁ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ସବୁ ଏଠି ସ୍ବପ୍ନ । ଆବାଡା ଖାବଡା, ପଥର ଗୋଡି ରାସ୍ତା। ମଝିରେ ଛୋଟ ବଡ ନାଳ। ଚାଲିକି ଯିବା ହେଉ କି ଗାଡି ନେଇ ଯିବା । ନାକେଦମ୍ ମଣିଷ। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁମ୍ବା, ବୁରାତଲ ଓ ଆଙ୍କୁଲି ପଞ୍ଚାୟତରୁ । ଆନ୍ଧ୍ର ସୀମାନ୍ତରେ ରହିଛି ପାତ୍ରପୁର ବ୍ଳକର ତୁମ୍ବା ଏବଂ ବୁରାତାଲ ପଂଚାୟତର କେତେକ ଗାଁ । ଯେଉଁଠି ସ୍କୁଲ ନଥିବାରୁ ପିଲାମାନେ ରାତି ପାହିଲେ ବନ୍ୟଜନ୍ତୁଙ୍କ ଭୟ, ବିପଦପୂର୍ଣ୍ଣ ଏହି ରାସ୍ତା ଦେଇ ପ୍ରତିଦିନ ଯାଇଥାନ୍ତି ପାଠପଢିବା ପାଇଁ । ଖାଲି ସେତିକି ନୁହେଁ, ହଠାତ୍ କାହାର ଦେହ ଖରାପ ହେଲେ ଏଠି ଅରକ୍ଷିତକୁ ଦଇବ ସାହା ଭଳି ଲୋକଙ୍କୁ ଦୋଳା ଆଉ ଖଟିଆ ସାହା ।
ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ବିଜୁଳି ଆଲୁଅ ଦେଖିଲେନି 50ଟି ଗାଁର ଆଦିବାସୀ ପରିବାର । ସୂର୍ଯ୍ୟ ଅସ୍ତ ହେଲେ ମାତ୍ରେ ଅନ୍ଧାର ଭିତରେ ହଜିଯାଏ ପୁରା ଗାଁ । ପ୍ରତି ଘରେ ଜଳେ ଡିବିରି । ଟର୍ଟ୍ଟ ଆଲୁଅରେ ଚାଲେ ସବୁ କାମ । ବିଜୁ ଜ୍ୟୋତି ଯୋଜନାରେ ତିନି ପଞ୍ଚାୟତର ୧୬ ଗାଁ ସାମିଲ ହୋଇଛି । ହେଲେ ଉଦ୍ବେଗର ବିଷୟ, ସର୍ଭେରେ ଅଟକି ରହିଛି କଥା । ସେହିପରି ଶୁଦ୍ଧ ପାନୀୟ ଜଳ ଟୋପାଏ ଲାଗି ସଂଘର୍ଷ କରିବାକୁ ପଡେ । ଘଞ୍ଚ ଜଙ୍ଗଲ ରାସ୍ତା ଦେଇ ଗରା, ବାଲ୍ଟି ଧରି ମହିଳାମାନେ ଏହି ଦୂଷିତ ପାଣି ଆଣିବାକୁ ଯାଇଥାନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଜନମାରଣ ନୀତି ସହିତ ଦୁର୍ନୀତି, ଭ୍ରଷ୍ଟାଚାର ବିରୋଦ୍ଧରେ ସାରା ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ ବିଜେପି ଗଣ ଆନ୍ଦୋଳନ ପନ୍ଥା ଆପଣେଇଛି। ସେହପରି ଭାବେ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜେପି ନେତା ସାରଦା ପ୍ରଧାନଙ୍କ ଆହ୍ୱାନ କ୍ରମେ ବରାହୀପୁର ଗ୍ରାମ ପଞ୍ଚାୟତ ଓ ପଂଚାୟତ ର ବିଜେପି ପକ୍ଷରୁ ଗଣ ଆନ୍ଦୋଳନ କରାଯାଇଛି ।
ପଞ୍ଚାୟତର ଶହ ଶହ ବିଜେପି କର୍ମକର୍ତ୍ତା ମାନେ ଗ୍ରାମ ପଞ୍ଚାୟତ ପରିକ୍ରମା କରିବା ସହ ବିଭିନ୍ନ ଛକ ମାନଙ୍କରେ ପଥପ୍ରାନ୍ତ ସଭା ମାଧ୍ୟମରେ ଗ୍ରାମ ପଞ୍ଚାୟତରେ ଘଟି ଯାଇଥିବା ଦୁର୍ନିତିମୂଳକ କାର୍ଯ୍ୟ ବିଷୟରେ ଲୋକ ମାନଙ୍କୁ ଅବଗତ କରାଇବା ସହ ରାଜ୍ୟରେ ଏଭଳି ଦୁର୍ନିତି ଯୁକ୍ତ ସରକାରକୁ ହରାଇକୁ ଦାବୀ କରିଥିଲେ। ବର୍ତମାନ ଓଡ଼ିଶାରେ ଓଡ଼ିଆ ମାନଙ୍କୁ ହତାଧର କରିବା ସହିତ ଅଣ ଓଡ଼ିଆକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେବା ସହିତ ସ୍ଥାନୀୟ ବିଧାୟକ ପ୍ରତାପ ଜେନା ବହୁ ଦୃନୀତି ଓ ମଡ଼ର କେଶ ରେ ସମ୍ପୃକ୍ତି ନେଇ ଅଭିଯୋଗ ଆଣିଥିଲେ ବିଜେପି କର୍ମୀ ମାନେ l
ଅଧିକ ପଢ଼ନ୍ତୁ ଓଡିଶା ଖବର: