ଏ ଯୋଉ ବତାଶ ଆଉଛି କାଳେ ସବୁ ଉଜାଡି ଦେବ। ଫୋନି ଦାଉରେ ଦି’ ବଖରା ଘର ଭାଙ୍ଗିଥିଲା ଯେ, ତାକୁ ସଜିଲ କରୁକରୁ ଅଣ୍ଟିରୁ ପଇସା ସରିଲା। ଆଉ ତା ପରେ ‘କୁରୁନା’(କରୋନା) କାଳ ହେଲା। ସିଏ ଟିକେ ଥମିଛି କି ନାହିଁ ହେଇଟି ଆଉଚି ଆଉ ଗୋଟାଏ ବାତ୍ୟା। କ’ଣ ତ ସେଇଟା…!
ହଁ…ଯଅଦ… ଯଅଦ
ଏମିତି କହି ଦାଣ୍ଡ ପିଣ୍ଢାରେ ଲଥ୍ କରି ବସି ପଡିଲା କୁସୁନି ବାପା। ବାଟରେ ଯାଉଥିବା ସ୍କୁଲ ପଢୁଆ ପିଲାଟା କହିଲା ଜେଜ ଯଅଦ ନୁହେଁ ସେଇଟା ଜୱାଦ, ଜୱାଦ । ଆମ ପାଣିପାଗ ବିଶେଷଜ୍ଞ ବାତ୍ୟାର ଏମିତି ସବୁ ନାଁ ଦିଅନ୍ତି । ଏଇ ଯୋଉ ବାତ୍ୟା ଆସୁଛି ତା ନାଁ ଦିଆଯାଇଛି ଜୱାଦ ।
ହଁ.. ରେ ପୁଅ, ମୁଁ ତ ମୁରୁଖ ଲୋକ। ଏ କଥା ସବୁ କାହୁଁ ଜାଣିବି । ଯେତେ ବା ବତାସ ଆସୁଛି ଆସୁ ଚାନ୍ଦିନି ମୁହଁରେ ଅଣଆଡିଆ କରି ଦୀପଟିଏ କାଳିଆ ନାଁରେ ବସେଇଦେଲେ ସବୁ ବତାଶ ବାଏଁ ବାଏଁ ଉଡିଯିବ । କାରଣ ଏ ଜାତି ପରା ସେଇ କାଳିଆ ଠାକୁରର ଛତର ଛାୟା ତଳେ ପଡିଛି।
ବଳିଆର ଭୂଜଙ୍କ ଉପରେ ବିଶ୍ବାସ ତୁଟିନି ଆମ ଓଡ଼ିଆଙ୍କର, ଆସୁ ବାତ୍ୟା
କାଳିଆ ଅଛି ପରା…
(ବି.ଦ୍ର- ଏହି ଡିଜିଟାଲ ଆର୍ଟର ଚିତ୍ରକର ସୂର୍ଯ୍ୟକାନ୍ତ ଦାସ)