ଏହି ବାତ୍ୟା ଆନ୍ଧ୍ରପ୍ରଦେଶ ଓ ପଶ୍ଚିମ ବଙ୍ଗଳାର କିଛି ଅଂଶ ସହ ଓଡ଼ିଶାର ଉପକୂଳର ଏକାଧିକ ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି IMD, DG ମୃତ୍ୟୁଞ୍ଜୟ ମହାପାତ୍ର। ମହାପାତ୍ର କହିଛନ୍ତି ଯେ, ଏହି ବାତ୍ୟା ଆଜି ସକାଳେ ଡିପ୍ ଡିପ୍ରେସନରେ ପରିଣତ ହୋଇଛି।
ଆସନ୍ତା କାଲି ଅର୍ଥାତ୍ ୪ତାରିଖ ସକାଳେ ଏହା ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ। ଏବେ ୬୦ରୁ ୭୦ କିମି ବେଗରେ ବାତ୍ୟା ମାଡି ଆସୁଛି। କାଲି ସନ୍ଧ୍ୟା ସୁଦ୍ଧା ଏହା ପଶ୍ଚିମ ବେଙ୍ଗୋପ ସାଗରରେ କେନ୍ଦ୍ରୀଭୂତ ହେବ।
ପାଣିପାଗ ବିଭାଗ ଆକଳନ କରିଛି ଯେ, ଆଜି ମଧ୍ୟରାତ୍ରୀରୁ ବର୍ଷା ସମ୍ଭାବନା ରହିଛି। ଯାହା କାଲି ପ୍ରବଳ ବର୍ଷିବ ବୋଲି ଆଶା କରାଯାଉଛି। ଏପଟେ ପୁରୀ ଉପକୂଳରେ ବାତ୍ୟା ଛୁଇଁବାର ସମ୍ଭାବନା ଥିବାରୁ ଅଧା ଓଡ଼ିଶା ପ୍ରତି ବିପଦ ସୃଷ୍ଟି ହୋଇଛି। ଏଣୁ ତଳିଆ ଅଞ୍ଚଳ ଓ କଚ୍ଚେ ଘରେ ରହୁଥିବା ଲୋକଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୂ ନିବେଦନ କରୁଛି ପ୍ରଶାସନ।
ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୮୦ରୁ ୯୦ ରହିବାକୁ ଥିବା ବେଳେ ସର୍ବାଧିକ ୧୦୦ କିମି ବେଗରେ ପବନ ବହିବାର ସମ୍ଭାବନା ସୃଷ୍ଟି ହୋଇଛି।
ଏହି ବାତ୍ୟା ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରୁଛି। ସମୁଦ୍ର ଭିତରେ ରି-କର୍ଭ ହେଉଥିବାରୁ ପ୍ରଭାବ ପୂର୍ବ ବାତ୍ୟାଗୁଡିକ ଅପେକ୍ଷା କମ୍ ରହିବ ବୋଲି ଆକଳନ କରାଯାଉଛି।
ଜୱାଦ ପ୍ରଭାବରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡାରେ ପବନର ବେଗ ଅଧିକ ରହିବ। ୪ ତାରିଖ ରାତିରୁ ୫ ତାରିଖ ସକାଳ ଭିତରେ ଏହା ସ୍ଥଳଭାଗ ଛୁଇଁପାରେ ବୋଲି ଆଇଏମଡି ଆକଳନ କରିଛି।
ଗୋପାଳପୁରଠାରୁ ୫୩୦ କିମି ଦୂରରେ ବାତ୍ୟା; ପ୍ରଭାବିତ ହୋଇପାରେ କଟକ, ଭୁବନେଶ୍ୱର

ଅର୍ଗସ୍ ବ୍ୟୁରୋ: ଆସୁଛି ବାତ୍ୟା ଜୱାଦ । ହେଲେ ଏଥିପାଇଁ ଆତଙ୍କିତ ନ ହୋଇ ସତର୍କ ରହିବାକୁ ପଡିବ। ଏହି ବାତ୍ୟା ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏଣୁ ଭୁବନେଶ୍ବର, କଟକ ଓ ଖୋଦ୍ଧା ଭଳି ସହର ପ୍ରଭାବିତ ହେବାର ସମ୍ଭାବନା ଅଧିକ । ଫନୀ ଭଳି ଏହା ଅତ୍ୟଧିକ ଶକ୍ତିଶାଳୀ ହେବ କି ନାହିଁ ସେ ନେଇ ଆକଳନ କରାଯାଇ ନାହିଁ, କିନ୍ତୁ ଟୁଇନ୍ସିଟିରେ ଏହି ବାତ୍ୟାର ପ୍ରଭାବ ରହିବ ବୋଲି IMD ଆକଳନ କରୁଛି।
ମାର୍କେଟରୁ ଉଭାନ୍ ହେବ ୨୦୦୦ ଟଙ୍କିଆ ନୋଟ୍ !

ଅର୍ଗସ୍ ବ୍ୟୁରୋ : ୨୦୧୬ ନଭେମ୍ବର ୮ରେ ମୋଦି ସରକାର ଦେଶରେ ପ୍ରଚଳନ ହେଉଥିବା ହଜାରେ ଏବଂ ପାଞ୍ଚ ଶହ ଟଙ୍କିଆ ନୋଟକୁ ଅଚଳ କରିଦେଲେ। ତାହା ସ୍ଥାନରେ ବିତ୍ତୀୟ ବଜାରକୁ ଆସିଲା ନୂଆ ୨ହଜାର ଓ ୫ଶହ ଟଙ୍କିଆ ନୋଟ୍। ହେଲେ ୫ଶହ ଟଙ୍କିଆ ନୋଟ୍ ଯେଉଁଭଳି ଲୋକଙ୍କ ଚାହିଦା ମେଣ୍ଟାଇଲା, ସେଭଳି ଚାହିଦା ମେଣ୍ଟାଇଲାନି ୨ହଜାର ଟଙ୍କିଆ।
ରିଜର୍ଭ ବ୍ୟାଙ୍କର ତଥ୍ୟ କହୁଛି ଏଣିକ
Download Argus News App
