4 ତାରିଖ ସନ୍ଧ୍ୟା ପରେ ବାତ୍ୟା ଦିଗ ପରିବର୍ତ୍ତନ କରିବ । 5 ତାରିଖ ମଧ୍ୟାହ୍ନରେ ପୁରୀ ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା । 4 ତାରିଖରେ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା । ଗଞ୍ଜାମ, ଗଜପତି, ଭଦ୍ରକ, ବାଲେଶ୍ଵର, ଜଗତସିଂହପୁରରେ ପ୍ରବଳ ବର୍ଷାର ଅନୁମାନ କରାଯାଇଛି । କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା ଓ ଭୁବନେଶ୍ଵରରେ ବି ପ୍ରବଳ ବର୍ଷିପାରେ । ଆନ୍ଧ୍ରପ୍ରଦେଶର 3ଟି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଆଜି ମଧ୍ୟରାତ୍ରିରୁ ବଢ଼ି ପବନର ବେଗ 90 କି.ମି ଯାଏଁ ରହିବ ।
ସେହିପରି ଆନ୍ଧ୍ରପ୍ରଦେଶର 3 ଟି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଓଡ଼ିଶାର ସବୁ ତଟୀୟ ଜିଲ୍ଲାରେ ଏହାର ପ୍ରଭାବ ପଡିବ । 5 ତାରିଖ ମଧ୍ୟାହ୍ନରେ ପୁରୀର ସ୍ଥଳ ଭାଗ ଛୁଇଁପାରେ ବାତ୍ୟା । ସମୁଦ୍ର ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ବର୍ତ୍ତମାନ ଗଭୀର ଅବପାତରେ ବାତ୍ୟା ପରିଣତ ହୋଇଛି ।
5 ତାରିଖ ପର୍ଯ୍ୟନ୍ତ ମାଛ ଧରାଳିଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । କଦଳୀ, ଅମୃତଭଣ୍ଡା , ସଜନା , ଧାନ କ୍ଷେତ ପ୍ରଭାବିତ ହେବ । ଧାନ ଫସଲ ଅମଳ ସମୟ ହୋଇଥିବାରୁ ବ୍ୟାପକ କ୍ଷତି ହୋଇପାରେ । ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ।
ଅନ୍ୟପଟେ ଓଡିଶାରେ 12 ଟି ଟିମ ମୃତୟନ କରାଯାଇଛି । 5 ଟି ରିଜର୍ଭ ରହିଛି । ଖୋର୍ଦ୍ଧାରେ 2 ଟି ଟିମ୍ । ଗଜପତିରେ 1, ଯାଜପୁର 1, ବାଲେଶ୍ୱର 1, ଭଦ୍ରକ 1, କେନ୍ଦ୍ରାପଡା 1,ଜଗତସିଂହପୁରରେ 1, ପୁରୀରେ 1, ଗଞ୍ଜାମରେ 3 ଟି, NDRF ଟିମ ମୁତୟନ ହୋଇଛନ୍ତି । ଗୁଲାବ ଠୁ ଏହାର ପ୍ରଭାବ ଅଧିକ ରହିବ । ତିତଲି ଠାରୁ ପ୍ରଭାବ କମ ରହିବ । ପଶ୍ଚିମବଙ୍ଗରେ 18 ଟି ଟିମ୍ ମୁତୟନ କରାଯାଇଛି । 1ଟି ରିଜର୍ଭ ରହିଛି । ସେହିପରି ଆନ୍ଧ୍ରପ୍ରଦେଶରେ 12 ଟି ମୁତୟନ କରାଯାଇଛି, 7 ଟି ରିଜର୍ଭ ରହିଛି । ଅମାବାସ୍ୟା ଥିବାରୁ ଆସନ୍ତାକାଲି ଅଧିକ ଉଚ୍ଚ ଜୁଆର ଆସିବ । ଫଳରେ ସମୁଦ୍ର ଅଶାନ୍ତ ରହିବ ।