ଏହାର ପ୍ରଭାବରେ ଗଂଜାମ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁରରେ ଅଧିକ ପ୍ରଭାବ ପଡିବ । ପୁରୀ ଓ ଜଗତସିଂହପୁରରେ ଘଣ୍ଟାକୁ ୧୦୦ କିମି ବେଗରେ ପବନ ବହିବ । କାଲି ବର୍ଷା ଅଧିକ ରହିବ । ଜଗତସିଂହପୁର ଓ ପୁରୀକୁ ଓଡ୍ରାଫ ଟିମ ଯିବେ ।
ଗଂଜାମ, ପୁରୀ, ଚିଲିକା ପାର୍ଶ୍ବବର୍ତ୍ତୀ ଅଞ୍ଚଳ କଟକ ନିଆଳି ତଳିଆ ଅଞ୍ଚଳରେ ଥିବା କଚ୍ଚା ଘରୁ ଲୋକଙ୍କୁ ନେବା ପାଇଁ କୁହାଯାଇଛି । ଜିଲ୍ଲାପାଳ ପରିସ୍ଥିତି ଉପରେ ନଜର ରଖିବେ । ସାମୟିକ ଭାବେ ବିଦ୍ୟୁତ କଟାଯାଇପରେ । ୨ ଦିନ ପାଇଁ ପାଣି ସଂଗ୍ରହ କରି ରଖିବାକୁ ଲୋକଙ୍କୁ ପରାମର୍ଶ ।