ସେପଟେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ୧୭ NDRF, ୬୦ ଓଡ୍ରାଫ୍ ଓ ୧୭୨ ଅଗ୍ନିଶମ ବାହିନୀ ମୁତୟନ ହେବେ। ଗଞ୍ଜାମରେ ୪୫, ପୁରୀରେ ୨୩ ଓ ଖୋର୍ଦ୍ଧାରେ ୨୧ ଟିମ୍ ମୁତୟନ ହେବେ।
ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି। ସମୁଦ୍ର କୂଳିଆ ଲୋକଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଏସଆରସି। ସମ୍ଭାବ୍ୟ ବାତ୍ୟା ପାଇଁ ୧୪ ଜିଲ୍ଲାକୁ ସତର୍କ କରାଯାଇଛି।