ଆଇଏମଡିର ସୂଚନା ଅନୁସାରେ ଏହା ଉତ୍ତର ତାମିଲନାଡୁ, ପୁଡୁଚେରୀ, ଶ୍ରୀହରିକୋଟା ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳରେ ସ୍ଥଳଭାଗ ଛୁଇଁବ । ଏଥିପାଇଁ ଏହି ସମସ୍ତ ଅଞ୍ଚଳରେ ହାଇଆଲର୍ଟ ଜାରି ରହିଛି।
ଅର୍ଗସ ବ୍ୟୁରୋ: ଘନୀଭୂତ ହେଉଛି ବାତ୍ୟା ମାଣ୍ଡୁସ। ସନ୍ଧ୍ୟା ସୁଦ୍ଧା ଆହୁରି ଘନୀଭୂତ ହୋଇ ନେବ ଭୀଷଣ ବାତ୍ୟାର ରୂପ। ଉପକୂଳବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମାଣ୍ଡୁସ ଆଜି ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।
ଆଇଏମଡିର ସୂଚନା ଅନୁସାରେ ଏହା ଉତ୍ତର ତାମିଲନାଡୁ, ପୁଡୁଚେରୀ, ଶ୍ରୀହରିକୋଟା ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳରେ ସ୍ଥଳଭାଗ ଛୁଇଁବ । ଏଥିପାଇଁ ଏହି ସମସ୍ତ ଅଞ୍ଚଳରେ ହାଇଆଲର୍ଟ ଜାରି ରହିଛି।
ଅନୁଗୁଳ: ଅନୁଗୁଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛେଣ୍ଡିପଦା ପରଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ଆୟୋଜିତ ମେଗା ରକ୍ତଦାନ ଶିବିରରେ ଯୋଗ ଦେଇଛନ୍ତି । ମୋଦି ସରକାରଙ୍କ ସେବାପକ୍ଷ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହାପରେ ସହିଦ ବିକା ନାୟକଙ୍କ ଜନ୍ମମାଟି ତାଳଚେର ଚନ୍ଦ୍ରବିଲ ଗାଁକୁ ଯାଇ `ମୋ ଦେଶ ମୋ ମାଟି' କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ।
ମାଟି ସଂଗ୍ରହ କରି ସହିଦ ପରିବାରଙ୍କୁ ସମ୍ମାନିତ କରିବେ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାଛଡା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବା ସହ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇବେ ଧର୍ମେନ୍ଦ୍ର ପ୍ରଧାନ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ଆଜି ହାଇକୋର୍ଟରେ ରତ୍ନଭଣ୍ଡାର ସମ୍ପର୍କିତ ମାମଲାର ହେବ ଶୁଣାଣୀ। ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ହିସାବ କରିବାକୁ ଦାବି କରି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଦାଖଲ ଜନସ୍ବାର୍ଥ ମାମଲା ଉପରେ ହେବ ଶୁଣାଣୀ।
ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହେବ ଶୁଣାଣୀ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଦେବଗଡ: ଦେବଗଡ଼ ଗଣେଶ ପୂଜାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେବଗଡର ଜନସାଧାରଣ, ମାଆ ଓ ଭଉଣୀଙ୍କ ସହ ଗଣେଶ ମେଳାରେ ସାମିଲ ହୋଇ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରିବା ସହ ପ୍ରସାଦ ବିତରଣ କଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଣେଶ ପୂଜା ମାଧ୍ୟମରେ ସ୍ଥାନୀୟ ଲୋକକଳା, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ପାଇଁ ସ୍ଥାନୀୟ ପୂଜା କମିଟିକୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ ଟୁଇଟ୍ କରି କହିଛନ୍ତି, ଦେବଗଡ଼ରେ ସାର୍ବଜନୀନ ଗଣେଶ ମେଳା-୨୦୨୩ରେ ସାମିଲ ହେବାର ସୌଭାଗ୍ୟ ଲାଭ କଲି ।
ଦେବଗଡ ସହ ମୋର ସମ୍ପର୍କ ବହୁତ ପୁରୁଣା । ଦେବଗଡ଼ ମୋତେ ସବୁବେଳେ ଅପେକ୍ଷା ଠାରୁ ଅଧିକ ଆଶୀର୍ବାଦ ଦେଇଛି । ସର୍ବଦା ମୋତେ ମାର୍ଗଦର୍ଶନ ଦେଇ ଆସିଥିବାରୁ ମୁଁ ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ପାଖରେ ଋଣୀ । ଦେବଗଡ଼ ଗଣେଶ ପୂଜା ବହୁତ ପୁରୁଣା । ବିଗତ ୭୫ ବର୍ଷ ପୂର୍ବରୁ ସ୍ଥାନୀୟ ଅଞ୍ଚଳର କିଛି ବ୍ୟବସାୟୀ ବନ୍ଧୁମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଗଣେଶ ପୂଜା ଆଜି ସ୍ଥାନୀୟ ଲୋକକଳା, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ଦିଗରେ ବଡ ମାଧ୍ୟମ ହୋଇଛି । ଦୀର୍ଘ ବର୍ଷ ଧରି ଏହି ପରମ୍ପରାକୁ ଜାରୀ ରଖିଥିବାରୁ ମୁଁ ସମସ୍ତ ପୂଜା କମିଟିର ବନ୍ଧୁ ମାନଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ଅଧିକ ପଢନ୍ତୁ ଓଡ଼ିଶା ଖବର