ଅଧିକ ପଢନ୍ତୁ ଓଡ଼ିଶା ଖବର
ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ମିଆଁମାର ଉପକୂଳରେ ଏହି ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରଟି ସୁଦୃଶ୍ୟ ଲଘୁଚାପରେ ପରିଣତରେ ହେବ। ସୁଦୃଶ୍ୟ ଲଘୁଚାପ ପରିଣତ ହେବାପରେ ଏହା ପ୍ରଭାବ କ’ଣ ରହିବ ଓ ଏହା କେଉଁ ଦିଗ ଦେଇ ଗତି କରିବ ସ୍ପଷ୍ଟ ହେବ।