ଅର୍ଗସ ବ୍ୟୁରୋ: ବିଡିଓଙ୍କୁ ବିଜେଡି ନେତାଙ୍କ ଧମକ। ଜଗତସିଂହପୁର କୁଜଙ୍ଗ ବ୍ଲକରେ ସୀମା ଟପିଛି ବିଜେଡି ନେତାଙ୍କ ଦାଦାଗିରି। ଯାହାକୁ ନେଇ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି କୁଜଙ୍ଗ ବିଡିଓ ଦୀପକ କୁମାର ସ୍ବାଇଁ। ପଞ୍ଚାୟତସ୍ତରୀୟ ଜନଶୁଣାଣି ପାଇଁ ଯାଇଥିବା ବେଳେ ବିଜେଡିର କିଛି ନେତା ବିଡିଓଙ୍କୁ ଫୋନ୍ କରି ଅଫିସକୁ ଶୀଘ୍ର ଆସିବାକୁ ଧମକାଇଥିଲେ। ଜନଶୁଣାଣି ସାରି ବିଡିଓ ଅଫିସରେ ପହଞ୍ଚିବା ପରେ ତାଙ୍କୁ ସମ୍ମିଳନୀ କକ୍ଷକୁ ଟାଣିନେଇ ବିଜେଡି ନେତା ମାଡ଼ ମରି ଲହୁଲୁହାଣ କରିଥିବାର ଥାନାରେ ଅଭିଯୋଗ କରିଛନ୍ତି ବିଡିଓ। ଏଥିରେ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁ ଓ ତାଙ୍କ ସମର୍ଥିତ ବିଜେଡି କର୍ମୀଙ୍କ ବିରୋଧରେ ଅଭିଯୋଗ ରହିଛି। ଏହି ନେତା ନେତ୍ରୀ ବିଡିଓଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବାର ମଧ୍ୟ ଅଭିଯୋଗ ଆଣିଛନ୍ତି ବିଡିଓ ଦୀପକ କୁମାର ସ୍ବାଇଁ। ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ।
ଅର୍ଗସ ବ୍ୟୁରୋ: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରାଗିଂ ଘଟଣା । ଶୃଙ୍ଖଳା କମିଟିର ତଦନ୍ତ ପରେ ୧୭ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ ସଂପୃକ୍ତ ୪ ଜଣ ଛାତ୍ରଙ୍କୁ ଏକ ସପ୍ତାହ ମଧ୍ୟରେ ହଷ୍ଟେଲ୍ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ, ଅନ୍ୟ ୧୩ ଜଣଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜରିମାନା ସହ ଅଣ୍ଡରଟେକିଂ ଦାଖଲ କରିବାକୁ କୁହାଯାଇଛି । ଗତ ମାସ ୨୧ ତାରିଖ ରାତିରେ ନୂତନ ଛାତ୍ରାବାସରେ ରହୁଥିବା ପ୍ରଥମ ବର୍ଷ ଛାତ୍ରଙ୍କୁ ଅନ୍ୟ ହଷ୍ଟେଲର ଦ୍ବିତୀୟ ବର୍ଷ ଛାତ୍ରମାନେ ମାନସିକ ନିର୍ଯାତନା ସହ ରାଗିଂକରିଥିବା ନେଇ ୟୁଜିସିର ଆଣ୍ଟି ରାଗିଂ ସେଲ୍ରେ ଅଭିଯୋଗ ହୋଇଥିଲା । ୟୁଜିସି ପକ୍ଷରୁ ୨୨ ତାରିଖ ଦିନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା ।
୨୩ ତାରିଖ ଦିନ କୁଳପତି ଗୀତାଞ୍ଜଳି ଦାଶଙ୍କ ନିର୍ଦ୍ଦେଶ କ୍ରମେ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ଅଧକ୍ଷତାରେ ଶୃଙ୍ଖଳା କମିଟି ଏବଂ ଆଣ୍ଟି ରାଗିଂ କମିଟିର ଦାୟିତ୍ୱରେ ଥିବା ସଦସ୍ୟଙ୍କ ସହ ଆଲୋଚନା ହୋଇଥିଲା । ଘଟଣାର ତଦନ୍ତ କରିବା ପାଇଁ ଆଣ୍ଟିରାଗିଂ କମିଟିର ୧୨ ଜଣିଆ ଦଳ ଏବଂ ସିକ୍ୟୁରିଟି ଅଫିସର ତଥା ଡିଏସ୍ପି ଦୀପ୍ତିକାନ୍ତ ପ୍ରଧାନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା । ତଦନ୍ତକାରୀ ଦଳ ସିସି କ୍ୟାମେରା ଫୁଟେଜ୍କୁ ଆଧାର କରି ରାଗିଂ କରିଥିବା ଛାତ୍ରଙ୍କୁ ଚିହ୍ନଟ କରି ପଚରାଉଚରା କରିଥିଲେ । ଘଟଣାରେ ତଦନ୍ତ ରିପୋର୍ଟ ଗତକାଲି କୁଳପତିଙ୍କୁ ପ୍ରଦାନ କରିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଦିଲ୍ଲୀରେ ମାଓ ମୁକାବିଲାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଦେବେ ଯୋଗ ।
ଅଧିକ ପଢନ୍ତୁ : ଏକକାଳୀନ ୧୬ ହଜାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ତାହା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭାଗ ନେବେ ।
ଅର୍ଗସ ବ୍ୟୁରୋ : ବେଆଇନ ମଦ ବିରୋଧରେ ଗର୍ଜିଲେ ବରଗଡ଼ ସଦର ଖଲିଆପାଲି ଗାଁ ସ୍କୁଲ ପଡ଼ାର ଶହ ଶହ ମହିଳା । ଗାଁରେ ନିଶା ବନ୍ଦ୍ ଦାବି ନେଇ ହାତରେ ପ୍ଲାଗ କାର୍ଡ ଧରି ମହିଳାଙ୍କ ରାଲି।
ଅଧିକ ପଢନ୍ତୁ : ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲେ ୪ ଗ୍ରାମର ମହିଳା
ଗାଁରେ ବେଆଇନ ମଦ ଓ ନିଶା ଦ୍ରବ୍ୟ ବିକ୍ରି ହେଉଥିବାରୁ ଗାଁର ଯୁବକ ମାନେ ନିଶା ଗ୍ରସ୍ତ ହୋଇ ପଥଭ୍ରଷ୍ଟ ହେଉଥିବାରୁ ଗାଁରେ ସମ୍ପୂର୍ଣ ମଦ ଓ ନିଶା ବନ୍ଦ୍ କରିବା ପାଇଁ ଅଣ୍ଟା ଭିଡିଛନ୍ତି ମହିଳା ମାନେ ।