ହତ୍ୟାକାରୀଙ୍କୁ ଗିରଫ କରିବା ସହ ମୃତଦେହ ଆଣିବା ପାଇଁ ଦାବି କରିଛନ୍ତି ପରିବାର । ସେପଟେ ତାମିଲନାଡୁ କାମ କରିବାକୁ ଯାଇଥିବା ଶ୍ରମିକଙ୍କୁ କଂପାନି ମାଲିକ ବିନା ଟଙ୍କାରେ କାମ କରାଉଥିବା ଅଭିଯୋଗ ହୋଇଛି। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ମୁନିଗୁଡା ଗାଁର ପ୍ରାୟ ୨୦ ଜଣ ଶ୍ରମିକ କାମ କରିବା ପାଇଁ ତାମିଲନାଡୁର ଇନଡୋରଗୁଡା କଂପାନୀରେ ଯାଇଛନ୍ତି । କଂପାନୀ ମାଲିକ ଟଙ୍କା ନଦେଇ ସମସ୍ତଙ୍କୁ ଡରେଇ ଧମାକାଇ କାମ କରୁଥିବା ଫୋନ୍ ମାଧ୍ୟମରେ କହିଛନ୍ତି ଶ୍ରମିକମାନେ । ନାରାୟଣ ପାଟଣା ବ୍ଲକ ଅଧ୍ୟକ୍ଷ ଗୋଲାଦି ତ୍ରିନାଥଙ୍କୁ ଏନେଇ ଜଣାଇଛନ୍ତି।
ଭିଡିଓ କଲ୍ କରି ପିଟିପିଟି ଦାଦନଙ୍କୁ ହତ୍ୟା

ଅର୍ଗସ ବ୍ୟୁରୋ: ପୁଣି ଦାଦନ ଦୁଃଖ । ଭିଡିଓ କଲ୍ କରି ପିଟିପିଟି ଦାଦନଙ୍କୁ ହତ୍ୟା । ଭିଡିଓ କଲ୍ କରି ପିଟିପିଟି ଦାଦନ ଶ୍ରମିକଙ୍କୁ ହତ୍ୟା ଅଭିଯୋଗ । ମାଡ଼ ମାରିବା ସମୟରେ ସମ୍ପର୍କିୟଙ୍କୁ ଭିଡିଓ କଲ୍ କରି ଦେଖାଯାଇଛି । ଏନେଇ ଅଭିଯୋଗ କରିଛନ୍ତି ଗଜପତି ଜିଲ୍ଲା ଅଡ଼ବା ଥାନା ବାରିଆ ଗାଁର ଜଣେ ଦାଦନ ଶ୍ରମିକଙ୍କ ପରିବାର । ତାଙ୍କ ସମ୍ପର୍କୀୟଙ୍କୁ ଭିଡିଓ କଲ କରି କେହି ଜଣେ ମାଡ଼ମରାର ଭିଡିଓ ଦେଖାଇଥିଲା। ପରେ ତାଙ୍କ ମୃତଦେହର ଫଟୋ ପଠାଇ ନେଇଯିବାକୁ କହୁଥିବା ଅଭିଯୋଗ ହୋଇଛି । ଶବ ନନେଲେ ଫୋପାଡି ଦେବାକୁ କହିଥିବା ପରିବାର ଲୋକଙ୍କ ଅଭିଯୋଗ ।
Download Argus News App
