ଖପ୍ରାଖୋଲ,ବେଲପଡ଼ା,ପାଟଣାଗଡ,ମୂରିବାହାଲ,ତୁରେକେଲା,ବଙ୍ଗୋମୁଣ୍ଡା,ଟିଟିଲାଗଡ,ଦେଓଗାଁ,ତୁଷୁରା ଗୁଡଭେଲା ଓ ଆଗଲପୁର ବ୍ଲକରୁ ପ୍ବତିବର୍ଷ ହଜାର ହଜାର ଦାଦନ ଶ୍ରମିକ ପେଟ ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି। ଶ୍ରମ ବିଭାଗର ଅଗୋଚରରେ ଦାଦନ ସର୍ଦ୍ଦାର ଗରିବୀର ଫାଇଦା ଉଠାଇ ଶ୍ରମିକ ଚାଲାଣ କରୁଛନ୍ତି। ନୂଆଁଖାଇ ଦିନ ଠାରୁ ବଇନା ନେଇ ଦାଦନ ଯିବାକୁ ସଜବାଜ ହୁଏ ଶ୍ରମିକ। ଘରେ ବୁଢା ବାପା ମାଁକୁ ଛାଡି ଛୁଆପିଲା ଧରି ଦାଦନ ଯାଏ ଶ୍ରମିକ।ତେବେ ମାଳ ମାଳ ସରକାରୀ ଯୋଜନା ସତ୍ତ୍ବେ କାହିଁକି ବଲାଙ୍ଗିର ଜିଲ୍ଲାର ଶ୍ରମିକ ଦାଦନ ମୁହାଁ ?
ମନରେଗାରେ ମଧ୍ୟ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ମନରେଗାରେ ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ କାମ ନପାଇ ବଲାଙ୍ଗିର ଜିଲ୍ଲାର ଶ୍ରମିକ ଦାଦନ ମୁହାଁ ଏଥିରେ ଦ୍ୱିମତ ନାହିଁ। ସେହିପରି ଜିଲ୍ଲାରେ ଜଳସେଚନର ବ୍ୟବସ୍ଥା ନଥିବାରୁ ଦାଦନ ଯିବାର ଆଉ ଏକ କାରଣ ବୋଲି ଆଲୋଚନା ହେଉଛି। ଜିଲ୍ଲାରେ ଶିଳ୍ପର ଅଭାବ ମଧ୍ୟ ଦାଦନ ଯିବାର ଆଉ ଏକ ପ୍ରମୁଖ କାରଣ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।