ମାତ୍ର ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ଡୋଲେଶ୍ବରଙ୍କ ଘରେ ତାଙ୍କର ବାପା, ପତ୍ନୀ , ଭଉଣୀ ଓ ୪ବର୍ଷର ଝିଅ ଥିବା ବେଳେ ଏବେ ମୃତ୍ୟୁ ଖବର ପରେ ପୂରା ଭାଙ୍ଗିପଡିଛନ୍ତି। ଏହାସହ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଭୟଭୀତ ହୋଇପଡିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ସରୁନି ଦାଦନ ଶ୍ରମିକର ଦୁଃଖ। ଦିନକୁ ଦିନ ଏହା ବଢ଼ି ଚାଲିଛି। ରାଜ୍ୟରେ କାମ ମିଳୁନାହିଁ। ଯେଉଁଥିପାଇଁ ବାହାରକୁ ଯାଉଛନ୍ତି ପେଟପାଟଣା ପାଇଁ ଦାଦନ ଖଟିବାକୁ। ଆଉ ଏହି ସମୟରେ ଶବ ହୋଇ ଫେରୁଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାରେ।ଦାଦନ ଖଟିବାକୁ ଯାଇଥିଲେ, ଆସିଲା ମୃତ୍ୟୁ ଖବର। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଳକ ଅନ୍ତର୍ଗତ ଶଗଡାଘାଟ ପଞ୍ଚାୟତର ବାଞ୍ଜିଝାଳ ଗାଁର ଡୋଲେଶ୍ୱର ମାଝୀ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ।
ଅଧିକ ପଢନ୍ତୁ: ଦାଦନ ଶ୍ରମିକଙ୍କ ମୃତ୍ୟୁ, ଜାତୀୟ ରାଜପଥରେ ମୃତଦେହ ରଖି ପ୍ରତିବାଦ