ହେଲେ ଏ କାନ କି ନ ଶୁଣିଲା ଲୋ !
ଅଜାଗାରେ ଟାଟୁ…
ଛି ଛି ଛି।
ଟାଟୁ କଥା ଶୁଣି ଯାତ୍ରା ଟାଇଗର ଦଇତାରୀ ପଣ୍ଡାଙ୍କ ମୁଣ୍ଡ ବିଗିଡିଛି । ଯେମିତି ଏ ଯୁବସମାଜର ମତିଭଷ୍ଟ୍ର ହେଲାଣି, ସେମିତି ତତଲା ଅଭିଷାପ ଦେଇଛନ୍ତି ଦଇତାରୀ ।
କହିଛନ୍ତି, ‘କାନ ଉଠିଲା ଦିନୁ ଯାହା ଆମେ ଶୁଣି ନ ଥିଲୁ ଏବେ ଶୁଣୁଛୁ ଯାହା ଦେଖି ନ ଥିଲୁ ଦେଖୁଛୁ। କି ଯୁଗ ହେଲା ଲୋ ବାପ, ସମ୍ଭାଳ ଏଥର। ଅସମ୍ଭାଳ ହଲାଣି ଦୁନିଆ, ସବୁ ନାରଖାର ହେବ, ଆଉ ତମେ ସବୁ ଗୋବର ପୋକ ହୋଇ ଜନ୍ମ ହେବ।’
ବାସ୍ ଏମିତିକିଆ ଅଭିଷାପ ନାଛି ଦେଇଛନ୍ତି ଦଇତାରୀ।
ଆପଣ ଭାବୁଥିବେ କୌଣସି ଯାତ୍ରାର ସଂଳାପ ହୁଏତ ଆମେ ଆପଣଙ୍କ ଆଗରେ କହିଲୁ। କିନ୍ତୁ ସତ କଥା ହେଉଛି ଏହା କୌଣସି ଯାତ୍ରାର ସଂଳାପ ନୁହେଁ। ଗୋଟିଏ ଗୀତର ବୋଲରୁ କିଛି ଅଂଶ।
ଆଜିକାଲି ଯୁବପିଢୀ ସୋସିଆଲ ମିଡିଆ ଜରିଆରେ ପଥଭ୍ରଷ୍ଠ ହେଉଛନ୍ତି। ସେମାନଙ୍କୁ ସଚେତନ କରାଇବା ଉଦ୍ଧେଶ୍ୟରେ ଏହି ଗୀତ ପ୍ରସ୍ତୁତ ହୋଇଛି। ଜଲିଉଡ଼ ବା ଯାତ୍ରା ଜଗତରେ ଯାତ୍ରା ଟାଇଗର ଭାବେ ପରିଚିତ ଦୈତାରୀ ପଣ୍ଡା ଏହାର ସଂଳାପ ଦେଇଥିବା ବେଳେ ରାଜ୍ କୁମାର କଣ୍ଠ ଦାନ କରିଛନ୍ତି ।