ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଟାର୍ଗେଟ୍ କଲେ ଦାମ ରାଉତ । ଦୁର୍ନୀତିକୁ ମୁଖ୍ୟମନ୍ତ୍ରୀ ପ୍ରଶୟ ଦେଉଛନ୍ତି । ଦୁର୍ନୀତି କଲେ ଏବେ ବିଜେଡିରେ ନେତାମାନଙ୍କୁ ସୁରକ୍ଷା ମିଳୁଛି । ପ୍ରବାଦ ପୁରୁଷ ବିଜୁବାବୁଙ୍କ ପୁଅ ବୋଲି ରାଜ୍ୟବାସୀ ତାଙ୍କ ଉପରେ ସବୁ ସ୍ନେହ ଶ୍ରଦ୍ଧା ଅଜାଡି ଦେଇଛନ୍ତି କିନ୍ତୁ ନବୀନ ଓଡିଆ ଭାଷା କିମ୍ବା ଓଡିଆଙ୍କ ଦୁଃଖ ନବୁଝି ଅଣଓଡିଆ ଅଫିସରଙ୍କ କଥାରେ ପରିଚାଳିତ ହୋଇ ରାଜ୍ୟରେ ଦୁର୍ନୀତିକୁ ପ୍ରଶୟ ଦେବାରେ ଲାଗିଛନ୍ତି ବୋଲି କହିଛନ୍ତି ଦାମ ରାଉତ ।
ନୂଆ ବର୍ଷ ଆରମ୍ଭରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ମୁଖ୍ୟମନ୍ତ୍ରୀଙ୍କ ମନର ଭାଷା ତାମିଲ । ପାଣ୍ଡିଆନ୍ ଯାହା ଲେଖୁଛନ୍ତି ମୁଖ୍ୟମନ୍ତ୍ରୀ ତାକୁ ପଢୁଛନ୍ତି କହି ସମାଲୋଚନା କରିଛନ୍ତି ଦାମ । ସେ ଏହା ମଧ୍ୟ କହିଛନ୍ତି ଯେ ନବୀନଙ୍କୁ ଚୋର କହିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଦୁର୍ନୀତି, କୁଶାସନ ଭ୍ରଷ୍ଚାଚାରରୁ ମୁକ୍ତି ପାଇଁ ଲୋକେ ଚିନ୍ତା କଲେଣି ବୋଲି ସେ କହିଛନ୍ତି । ରାଜ୍ୟବାସୀ ବହୁତ ହସ୍ତସନ୍ତ ହେଲେଣି । କୁନ୍ଦୁଲି ମାମଲାରେ ଧର୍ଷଣକାରୀଙ୍କୁ ସୁରକ୍ଷା ଦିଆଗଲା ଏବଂ ଧର୍ଷିତା ଆତ୍ମହତ୍ୟା କଲା । ଖଣି ଦୁର୍ନୀତିରେ ଲକ୍ଷେ ଟଙ୍କା ଘୋଟାଲା ହୋଇଥିଲା କିନ୍ତୁ ତାର ମଧ୍ୟ ତଦନ୍ତ ଅଧା ରହିଲା । ଚିଟଫଣ୍ଡ ଦୁର୍ନୀତିରେ ବିଜେଡିର ୪୭ ଜଣ ସାମିଲ ଅଛନ୍ତି, ସିବିଆଇ ସେମାନଙ୍କୁ ନୋଟିସ୍ ମଧ୍ୟ ଦେଉଛି କିନ୍ତୁ ସେମାନେ ଦଳରେ ରହି ନବୀନଙ୍କ ଗୁଣଗାନ କରୁଛନ୍ତି । ଚାରିଆଡେ ଅବ୍ୟବସ୍ଥା । ସେ ଏହା ମଧ୍ୟ କହିଛନ୍ତି ଯେ ଚାଷୀଙ୍କ ପଇସା ଖାଇବା ଘଟଣାରେ ମୁହଁ ଖୋଲିବାରୁ ତାଙ୍କୁ ଦଳରୁ ବାହାର କରାଗଲା ବୋଲି ସେ କହିଛନ୍ତି ।
