ଏହାସହ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଷ୍ଟେଜରେ ମଧ୍ୟ ଓମ୍ ଆଦିତ୍ୟ ଡ୍ୟାନ୍ସ କରି ସାରିଛନ୍ତି । ତେବେ ଆଗକୁ ବଢ଼ିବାକୁ ଏବଂ ବିଭିନ୍ନ ସ୍ତରରେ ପ୍ରତିଯୋଗୀତାର ସାମିଲ ହେବାକୁ ଚେଷ୍ଟା ଜାରି ରଖିଛନ୍ତି ସେ । ଗରିବ ଶ୍ରେଣୀରୁ ହୋଇଥିବାରୁ ଓମଙ୍କୁ ବିଭିନ୍ନ ପ୍ରତିଯୋଗୀତାରେ ସାମିଲ ହେବାକୁ କଷ୍ଟ ହେଉଥିବା ସେ କହିଛନ୍ତି । ଏପରିକି ଘରେ ଡ୍ୟାନ୍ସ କରିବାକୁ ସୁବିଧା ନଥିବାରୁ ରାସ୍ତାରେ ପ୍ରାକ୍ଟିସ୍ ଜାରି ରଖିଛନ୍ତି ।
ନୃତ୍ୟର ଯାଦୁରେ ମତୁଆଲା କରୁଛନ୍ତି ରାଜଧାନୀର ଡ୍ୟାନ୍ସ ବୟ

ଭୁବନେଶ୍ୱର : ରାଜଧାନୀରେ କମାଲ କରୁଛନ୍ତି ଡ୍ୟାନ୍ସ ବୟ । ନିଜ ନୃତ୍ୟର ଯାଦୁରେ କରୁଛନ୍ତି ମତୁଆଲା । ଗୀତର ତାଳେ ତାଳେ ବିଭିନ୍ନ ଷ୍ଟେପ କରି ଦେଖାଉଛନ୍ତି । କେବଳ ଯେ ଡ୍ୟାନ୍ସର ଯାଦୁ ଦେଖାଉଛନ୍ତି ତାହା ନୁହେଁ ଖୁବ କମ ବୟସରେ ନିଜର ୟୁଟ୍ୟୁବ ପେଜ କରି ସେଥିରେ ନିଜ ଡ୍ୟାନ୍ସ ଅପଲୋଡ଼ ମଧ୍ୟ କରିଛନ୍ତି । ଆମେ କହୁଛୁ ରାଜଧାନୀ ନୟାପଲ୍ଲୀର ଓମ୍ ଆଦିତ୍ୟଙ୍କ କଥା । ଓମ୍ ଆଦିତ୍ୟ ଡ୍ୟାନ୍ସ ପାଇଁ ବିଭିନ୍ନ ସ୍ତରରେ ପୁରସ୍କାର ପାଇଛନ୍ତି । ଏପରିକି ପ୍ରମାଣ ପତ୍ର ଓ ମେଡାଲ ପାଇଥିବା କହିଛନ୍ତି । ତେବେ ବର୍ତ୍ତମାନ ୟୁଟ୍ୟୁବ ସମସ୍ତଙ୍କୁ ଭଲ ପ୍ଲାଟଫର୍ମ ଦେଉଥିବାରୁ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ଓମ ଆଦିତ୍ୟ ।
Download Argus News App
