ଅଧିକ ପଢନ୍ତୁ ରାଜ୍ୟ ଖବର
ଏହା ପରେ ଦଣ୍ଡୁଆମାନେ ସ୍ନାନ, ଉପବୀତ (ପଇତା) ଧାରଣ, ମହାଦେବ ଓ ମା’ କାଳୀଙ୍କ ପୂଜା କରି ପଟୁଆରରେ ବାହାରିଥିଲେ। ଯାତ୍ରା ସମୟରେ ଭୁକ୍ତାମାନଙ୍କୁ କଠୋର ନିୟମ ମାନି ଚଳିବାକୁ ହୁଏ। ଶରୀରକୁ କଷ୍ଟ ଦେଇ ଶକ୍ତିରୂପୀ ମା’ କାଳୀଙ୍କ ଆରାଧନା କରାଯାଏ।
ଧୂଳି ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଆଦି କରିଥାନ୍ତି। କାମ ବାସନା, କ୍ରୋଧ, ମୋହ, ପରିବାର ସମ୍ପର୍କ ଆଦି ତ୍ୟାଗ କରି ସନ୍ନ୍ୟାସୀ ତୁଲ୍ୟ କଠୋର ସମୟ ଅତିବାହିତ କରିବାକୁ ପଡ଼େ। ଏଭଳି ସାଧନା ଓ ଆରାଧନାରେ ଦେବୀ ତୁଷ୍ଟ ହୋଇ ଭୁକ୍ତା ଓ ମାନସିକଧାରୀଙ୍କ ମନସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ମା କାଳୀଙ୍କ ପ୍ରସିଦ୍ଧ ଦଣ୍ଡ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏବେ କବିସୂର୍ଯ୍ୟନଗର ସହରରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । ଆଜି କବିସୂର୍ଯ୍ୟନଗର ଠାରେ ସମସ୍ତ ଦଣ୍ଡ ଦଳ ପକ୍ଷରୁ ପାଣିଦଣ୍ଡ, ଅଗ୍ନି ଦଣ୍ଡ, ଧୂଳି ଦଣ୍ଡ ଏବଂ ରାତିରେ ନିର୍ଧାରିତ ସ୍ଥାନରେ ମନୋରଞ୍ଜନ ପାଇଁ ନାଟକ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି।