ହାତୀ ବୁଲୁଥିବା ଖବର ପାଇ ବିଦ୍ୟୁତ ବିଭାଗ ସମ୍ପୁର୍ଣ୍ଣ ସହରକୁ ବ୍ଲାକ ଆଉଟ କରି ଦେଇଥିଲା। ଏହା ଭିତରେ ହାତୀଟି ପୁରୁଣା ସହର ଆଟୋପୋର , ମେଡ଼ିକାଲ , ଭାଲକି ପାତଳା , ମଣ୍ଡୁଆ ହୋଇ ଗୋବିନ୍ଦପୁରରେ। ବୁଲିସାରିବାପରେ ହାତୀଟି ପୁନର୍ବାର ସିଦ୍ଧମଠ ଜଙ୍ଗଲକୁ ଫେରିଯାଇଥିଲା। ରାତି ତମାମ ବନ ବିଭାଗ ହାତୀ ଓ ଜନ ସାଧାରଣଙ୍କୁ ସୁରକ୍ଷା ଦେବାକୁ ଯାଇ ନାକେଦମ ହୋଇଥିଲେ। ବହୁ ଚେଷ୍ଟା ଫଳରେ ଶେଷରେ ହାତୀକୁ ଘଉଡାଇବାରେ ବନ ବିଭାଗ ସଫଳ ହୋଇଛି। ହେଲେ ହଠାତ ରାତିରେ ହାତୀ ସହରରେ ବୁଲିବା ନେଇ ସହରବାସୀ ଭୟଭୀତ ହୋଇପଡ଼ିଛନ୍ତି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ସହରରେ ବୁଲିଲା ଦନ୍ତା

ଅର୍ଗସ ବ୍ୟୁରୋ: କେନ୍ଦୁଝର ସହରରେ ଏକ ଗୋଠଛଡ଼ା ଦନ୍ତାହାତୀ ଗୁଣ୍ଡାରାଜ ଚଳାଇଛି। ଗତ ମଙ୍ଗଳବାର ରାତି ତମାମ ସାରା ସହର ପରିଭ୍ରମଣ କରିବା ସହ ଏକାଧିକ ଘର ଓ ବାଡ଼ିର ପାଚେରୀ ଭାଙ୍ଗି ଫସଲ ଖାଇଯାଇଛି। କେନ୍ଦୁଝର ସିଦ୍ଧମଠ ଜଙ୍ଗଲରୁ ଉକ୍ତ ଗୋଠଛଡା ଦନ୍ତା ବାହାରି ପୁରୁଣା ସହର ଅନ୍ତର୍ଗତ ସୁଲେଇଖମାର ଗାଁରେ ପଶି ପ୍ରଥମେ ଘର ଭାଙ୍ଗି ଚାଉଳ ଖାଇଥିଲା। ସେଠାରୁ ଗୋବିନ୍ଦପୁର ପର୍ଯ୍ୟନ୍ତ ସହରରେ ବୁଲୁଥିଲା ।
Download Argus News App
