ପୁଲିସ ନିକଟରେ ଏଭଳି କିଛି ଅଭିଯୋଗ କରିଛନ୍ତି ଗାଙ୍ଗପୁର ବଡବରୋସିଂ ଅଞ୍ଚଳର ଗୌରୀବାଳା ସାହୁ। ଗତ ୭ ତାରିଖରେ ବୈଦ୍ୟନାଥପୁର ଥାନା ପରିସରରେ ତାଙ୍କ ଝିଅ ତାଙ୍କୁ ଧକ୍କା ମାରି ତଳେ ପକାଇବା ପରେ ନିଜ ପ୍ରେମିକ ତଥା ସ୍ବାମୀ ସହ ଚାଲି ଯାଇଥିଲେ। ସେହି ଘଟଣାକୁ କେଦ୍ର କରି ଗୌରୀବାଳା ବୈଦ୍ୟନାଥପୁର ଥାନାରେ ତାଙ୍କ ନିଜ ଝିଅ ବିରୋଧରେ ଏତଲା ଦେଇଛନ୍ତି। ଗତ ୭ ତାରିଖରେ ଉଭୟ ପକ୍ଷ ବୈଦ୍ୟନାଥପୁର ଥାନାରେ ସାକ୍ଷାତ ବେଳେ ହାଇଡ୍ରାମା ଦେଖିବାକୁ ମିଳିଥିଲା।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।